Site icon ଆଜିକାଲି

ପୁରୀ ସହରରେ ହାତୀ ଆତଙ୍କ

ପୁରୀ : ପୁରୀ ସହରରେ ଦନ୍ତା ଆତଙ୍କ । ବାଲିଗୁଆଳିରେ ଗୋଟିକିଆ ହାତୀର ଉତ୍ପାତ । ହାତୀଟି ଏବେ ବାଲୁଖଣ୍ଡ ଅଭୟାରଣ୍ୟରେ ରହିଛି । ଖୁବଶୀଘ୍ର ତାକୁ ଟ୍ରାଙ୍କୁଲାଇଜ୍‌ କରାଯିବ ବୋଲି ପୁରୀ ବନଖଣ୍ଡ ନିଷ୍ପତ୍ତି ନେଇଛି ।

ସୋମବାର ରାତିରେ ପୁରୀ ସହରରେ ଏକ ଦନ୍ତାହାତୀ ଚନ୍ଦକା ଅଭୟାରଣ୍ୟରୁ ପଳାଇ ଆସିଛି । ଏହି ହାତୀ ଚାଲି ଚାଲି ରାତି ୧୧ଟା ରେ ପୁରୀ ନରେନ୍ଦ୍ର କୋଣରେ ପହଞ୍ଚିଛି । ହାତୀର ଉପସ୍ଥିତି ସ୍ଥାନୀୟ ଲୋକଙ୍କୁ ଭୟଭୀତ କରିଛି । ଦିନ ତମାମ ଦନ୍ତା ହାତୀ ଚନ୍ଦନପୁର ନିକଟସ୍ଥ ଏକ ଗ୍ରାମରେ ରହିଥିଲା । ୫୦ରୁ ଅଧିକ ବନ କର୍ମଚାରୀ ତାକୁ ଜଗି ରହିଥିଲେ। ତେବେ, ହାତୀ ସେଠାରୁ ଚନ୍ଦକା ଫେରିବା ପରିବର୍ତ୍ତେ ରାତିରେ ଚାଲି ଚାଲି ପୁରୀ ସହରରେ ପହଞ୍ଚିଥିଲା । ନରେନ୍ଦ୍ର କୋଣ ଦେବୀ ଘାଟ ନିକଟରେ ଲୋକେ ଗୋଡାଇବାରୁ ସେ ଏକ ବଗିଚା ଭିତରେ ପଶିଯାଇଥିଲା ।

Exit mobile version