Site icon ଆଜିକାଲି

ଚାଷୀଙ୍କୁ ଦଳିଦେଲା ହାତୀ

ଦେବଗଡ଼ : ଦେବଗଡ଼ ଜିଲା ରିଆମାଳରେ ପୁଣି ହାତୀ ଆତଙ୍କ । ରିଆମାଳ ରେଞ୍ଜ କୋଲବସା ପଞ୍ଚାୟତ ଅନ୍ତର୍ଗତ ଚିରଗୁଣିକୁଦରରେ ହାତୀ ଆକ୍ରମଣରେ ଜଣଙ୍କର ମୃତ୍ୟୁ ହୋଇଛି । ଧାନ ଖଳାରେ ଜଣେ ଚାଷୀଙ୍କୁ ହାତୀ ଦଳିଦେଇଛି । ମୃତ ଚାଷୀ ଜଣକ ହେଉଛନ୍ତି ୩୫ ବର୍ଷିୟ ଭାଗ୍ୟ କିସାନ । ଘଟଣାସ୍ଥଳରେ ରେଞ୍ଜର ଓ ବନ ବିଭାଗ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ଗତ କିଛି ଦିନ ହେବ ସଂପୃକ୍ତ ଅଞ୍ଚଳରେ ହାତୀ ଉପଦ୍ରବ ଲାଗିରହିଛି।

Exit mobile version