Site icon ଆଜିକାଲି

ବାରହା ଫାଶରେ ପଡି ହାତୀ ମୃତ୍ୟୁ ଘଟଣା, ବାପ-ପୁଅ ଗିରଫ

ସୁବର୍ଣ୍ଣପୁର : ଜଙ୍ଗଲରେ ବାରହା ଶିକାର କରିବା ପାଇଁ ବିଛା ଯାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସିବାରୁ ଗୋଟିଏ ହାତୀର ମୃତ୍ୟୁ ଘଟିଥିଲା । ଏହି ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତ ବାପ ପୁଅକୁ ବନବିଭାଗ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ଅଭିଯୁକ୍ତ ବାପ ପୁଅ ହେଳେ ବିନିକା ବ୍ଲକ ମହଦା ଗ୍ରାମର ବିରେନ୍ଦ୍ର ଶର୍ମା ( ୬୦ ) ଏବଂ ଆଲୁଧୀନ ଶର୍ମା ( ୩୦ ) ।

ସୂଚନା ଯେ, ସୁବର୍ଣ୍ଣପୁର ଜିଲା ବିନିକା ବନବିଭାଗ ଅନୁର୍ଗତ ମହଦା ବାରଡୁଙ୍ଗୁରି ଜଙ୍ଗଲରେ ବାରହା ଶିକାର କରିବା ପାଇଁ ବିଦ୍ୟୁତ ତାର ବିଛା ଯାଇଥିଲା । ଲଛିପୁର ପଟରୁ ଏକ ଦନ୍ତା ହାତୀ ଖାଦ୍ୟ ଅନ୍ବେଷଣରେ ବାରଡୁଙ୍ଗୁରିକୁ ଆସିଯାଇଥିବା ବେଳେ ବାରହା ଶିକାର କରିବା ପାଇଁ ବିଛା ଯାଇଥିବା ବିଦ୍ୟୁତ ତାର ସଂସ୍ପର୍ଶ ରେ ଆସି ମୃତ୍ୟୁ ବରଣ କରିଥିଲା । ଖବର ପାଇ ଜିଲ୍ଲା ବନ ବିଭାଗ ଅଧିକାରୀ ସମେତ ସମସ୍ତ କର୍ମଚାରି ଘଟଣା ସ୍ଥଳକୁ ପହଞ୍ଚି ମୃତ ହାତୀ କୁ ଜବତ କରିଥିଲେ । ବ୍ୟବଚ୍ଛେଦ ପରେ ହାତୀର ଦାନ୍ତ କଢ଼ାଯାଇ ତାକୁ ପୋତି ଦିଆଯାଇଥିଲା । ଏନେଇ ବିନିକା ବନ ବିଭାଗ କାର୍ଯ୍ୟାଳୟରେ ଏକ ମାମଲା ରୁଜୁକରି ଘଟଣାର ତଦନ୍ତ ଜାରି ରହିଥିଲା । ଆଜି ଏହି ଘଟଣାରେ ସମ୍ପୃକ୍ତି ଉଭୟ ବାପ ପୁଅକୁ ଗିରଫ କରି ବିନିକା କୋର୍ଟକୁ ଚାଲାଣ କରାଯାଇଥିଲା । ସେଠାରେ ଜାମିନ ନାମଞ୍ଜୁର ହେବାରୁ ସୋନପୁର ଜେଲକୁ ପଠାଯାଇଥବା ବିନିକା ବନ ବିଭାଗ ଅଧିକାରୀ ଡ଼ମ୍ବରୁଧର ପ୍ରଧାନ ସୂଚନା ଦେଇଛନ୍ତି ।

Exit mobile version