Site icon ଆଜିକାଲି

ଝାରସୁଗୁଡାରେ ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟରର ଜରୁରୀ ଅବତରଣ

ଭୁବନେଶ୍ୱର – ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଖଡ଼ିଆଳରେ ସଭା କରି ଫେରୁଥିବା ବେଳେ ଭୁବନେଶ୍ୱରରେ ତାଙ୍କ ହେଲିକପ୍ଟର ଅବତରଣ କରିବାରେ ବିଫଳ ହୋଇଥିଲା। କାଳବୈଶାଖୀ ଯୋଗୁଁ ଭୁବନେଶ୍ୱରରେ ଅବତରଣ କରିପାରିଲେନି ମୁଖ୍ୟମନ୍ତ୍ରୀ । ଭୁବନେଶ୍ୱର ଆକାଶରେ ଅଧଘଣ୍ଟା ଉଡ଼ିଥିଲା ମୁଖ୍ୟମନ୍ତ୍ରୀଙ୍କ ବିମାନ । ପରେ ଭୁବନେଶ୍ୱରରୁ ଝାରସୁଗୁଡ଼ା ଯାଇଥିଲା ମୁଖ୍ୟମନ୍ତ୍ରୀ ହେଲିକପ୍ଟର ।

ଝାରସୁଗୁଡ଼ାରେ ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର ଜରୁରୀ ଅବତରଣ କରିଥିଲା । ପ୍ରଚଣ୍ଡ ବର୍ଷା ପବନ ଯୋଗୁଁ ଏଭଳି ଘଟିଛି । ଉଭୟ ମୁଖ୍ୟମନ୍ତ୍ରୀ ଓ ୫-ଟି ଅଧ୍ୟକ୍ଷ ସୁରକ୍ଷିତ ଅଛନ୍ତି । ପରେ ଏକ ସ୍ୱତନ୍ତ୍ର ବିମାନରେ ମୁଖ୍ୟମନ୍ତ୍ରୀ ଓ କାର୍ତ୍ତିକ ପାଣ୍ଡିଆନ ଭୁବନେଶ୍ୱର ଫେରିଥିଲେ ।

Exit mobile version