Site icon ଆଜିକାଲି

ମାଳିପଦର ଜଙ୍ଗଲରେ ଏନ୍‌କାଉଣ୍ଟର, ଏସ୍‌ଓଜି ଗୁଳିରେ ୨ ନକ୍ସଲ ନିହତ

କୋରାପୁଟ : କୋରାପୁଟ ଜିଲା ବୈପାରୀଗୁଡ଼ା ଥାନା ମାଳିପଦର ଜଙ୍ଗଲରେ ଏସ୍‌ଓଜି ଯବାନ ଓ ନକ୍ସଲ ମୁହାଁମୁହିଁ । ଏହି ଏନ୍‌କାଉଣ୍ଟରରେ ୨ଜଣ ନକ୍ସଲ ନିହତ ହୋଇଥିବା ସୂଚନା ମିଳିଛି । ଏ ସମ୍ପର୍କରେ ଖବର ପାଇ ସ୍ଥାନୀୟ ପୋଲିସ ଅଧିକାରୀ ଘଟଣାସ୍ଥଳକୁ ଯାଇଥିବା କୁହାଯାଉଛି।

ସୂଚନା ଯେ, ମାଳିପଦର ଜଙ୍ଗଲରେ କୁମ୍ବିଂ ଅପରେସନ କରୁଥିଲା ଏସ୍‌ଓଜି ଯବାନ । ଏହି ସମୟରେ ନକ୍ସଲମାନେ ସୁରକ୍ଷାକର୍ମୀଙ୍କୁ ଦେଖି ଗୁଳିଚାଳନା ଆରମ୍ଭ କରିଥିଲେ । ଯାହାର ଜବାବ ଦେଇଥିଲେ ସୁରକ୍ଷାକର୍ମୀ । କିଛି ସମୟ ଧରି ନକ୍ସଲ ଓ ଏସ୍‌ଓଜି ଯବାନଙ୍କ ମଧ୍ୟରେ ଗୁଳିବିନିମୟ ଜାରି ରହିଥିଲା । ତେବେ ଏହି ଏନ୍‌କାଉଣ୍ଟରରେ ୨ ଜଣ ନକ୍ସଲ ନିହତ ହୋଇଥିବା ଜଣାପଡିଛି । ଏବେବି ଜଙ୍ଗଲରେ ସର୍ଚ୍ଚ ଅପରେସନ ଜାରି ରହିଛି ।

Exit mobile version