Site icon ଆଜିକାଲି

ବଳଦେବଜୀଉ ରାତ୍ରକାଳୀନ କ୍ରିକେଟ ଟୋର୍ଣାମେଣ୍ଟ ଉଦଯାପିତ

କେନ୍ଦୁଝର ସହରର ପୁରୁଣା ବଜାର ସ୍ଥିତ ହାଟ ପଡିଆ ଠାରେ ଉଦଯାପିତ ହୋଇଛି ଅଙ୍କୁଶ କ୍ରିକେଟ କ୍ଲବ ଆନୁକୁଲ୍ୟରେ ବଳଦେବଜୀଉ ରାତ୍ରକାଳୀନ କ୍ରିକେଟ ଟୋର୍ଣାମେଣ୍ଟ । ଆଜିର ଫାଇନାଲ ଖେଳରେ ଅତିଥି ରୂପେ କେନ୍ଦୁଝର ନଗରପାଳ ନିକୁ ସାହୁ, ଟ୍ରକ ମାଲିକ ସଂଘର ସଭାପତି ରମାକାନ୍ତ ନାୟକ ଓ ସମ୍ପାଦକ ସୂର୍ଯ୍ୟ ନାରାୟଣ କର, ଅଙ୍କୁଶ ର ବରିଷ୍ଠ ଖେଳାଳି ସଚ୍ଚିଦାନନ୍ଦ ଦାସ ଉପସ୍ଥିତ ରହି ଖେଳାଳି ମାନଙ୍କୁ ଉତ୍ସାହିତ କରିବା ସହିତ ପୁରସ୍କାର ବିତରଣ କରିଥିଲେ । ସୂର୍ଯ୍ୟବଂଶୀ ଦଳ ସହିତ ୱାଇଜିସି ଦଳର ଫାଇନାଲ ଖେଳ ଅନୁଷ୍ଠିତ ହୋଇଥିଲା । ଏଥିରେ ସୂର୍ଯ୍ୟବଂଶୀ ଦଳ ୫୭ ରନ କରିଥିବା ବେଳେ ୱାଇଜିସି ଦଳ ୬୧ ରନ କରି ଟୋର୍ଣାମେଣ୍ଟଟିକୁ ଜିତିନେଇଥିଲେ । ୩୨ଟି ଟିମ ଏହି ଟୋର୍ଣାମେଣ୍ଟ ରେ ଭାଗ ନେଇଥିଲେ । ଏହି ଟୋର୍ଣାମେଣ୍ଟରେ ଜିଲ୍ଲା, ରାଜ୍ୟ ତଥା ରାଜ୍ୟ ବାହାରୁ ବହୁ ଖେଳାଳୀ ଖେଳିବାର ସୁଯୋଗ ପାଇଥିଲେ । ୱାଇଜିସି ଦଳର ଖେଳାଳୀ ମ୍ୟାନ ଅଫ ଦୋ ମ୍ୟାଚ ଛୁଇଁ କାଳିଆ ଓ ମ୍ୟାନ ଅଫ ଦୋ ସିରିଜ ସୁଶାନ୍ତ ସୀଙ୍କୁ ପୁରସ୍କୃତ କରାଯାଇଥିଲା ।

Exit mobile version