Site icon ଆଜିକାଲି

ଇଞ୍ଜିନିୟରିଂ ଛାତ୍ରଙ୍କ କାର୍ ଦୁର୍ଘଟଣାଗ୍ରସ୍ତ : ୧ ଛାତ୍ର ମୃତ, ୫ ଗୁରୁତର

ବ୍ରହ୍ମପୁର : ଗୋପାଳପୁର ବୁଲି ଭୁବନେଶ୍ୱର ଫେରୁଥିବା ୬ ଇଞ୍ଜିନିୟରିଂ ଛାତ୍ର ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି । ସେମାନେ ଯାଉଥିବା କାର୍ ଗଞ୍ଜାମ ଥାନା ଅଗସ୍ତି ନୂଆଁଗାଁ ଛକ ନିକଟରେ ଡିଭାଇଡରକୁ ପିଟି ଏକ ଟ୍ରକକୁ ଧକ୍କା ଦେଇଥିଲା । ଘଟଣାସ୍ଥଳରେ ଜଣେ ଛାତ୍ରଙ୍କ ମୃତ୍ୟୁ ହୋଇଥିବା ବେଳେ ୫ ଜଣ ଗୁରୁତର ଆହତ ହୋଇଛନ୍ତି। ମୃତ ଛାତ୍ରଜଣକ ନାମ ଦେବରାଜ । ଆହତମାନେ ହେଲେ ସୁରଜ କୁମାର ମହନ୍ତ, ସର୍ଭେସ ମହନ୍ତ, ସନୱାଜ, ଅର୍କ ସରକାର, କୁମାର ଜନ୍ମେଜୟ । ସମସ୍ତ ୬ଜଣ ଭୁବନେଶ୍ୱରର ଏକ ଘରୋଇ ଇଞ୍ଜିନିୟରିଂ କଲେଜର ଛାତ୍ର ବୋଲି ଜଣାଯାଇଛି ।

Exit mobile version