Site icon ଆଜିକାଲି

“ଉତ୍କର୍ଷ” ଇଂରାଜୀ ଦକ୍ଷତା ବିକାଶ ପ୍ରଶିକ୍ଷଣ ଶିବିର


ସ୍ଥାନୀୟ ନରସିଂହ ସ୍ୱାଇଁ ପୋଲିସ ସରକାରୀ ଉଚ୍ଚ ବିଦ୍ୟାଳୟରେ ଗୁରୁବାର ଓସେପା,ଭୁବନେଶ୍ୱର ସହାୟତାରେ ଜିଲ୍ଲା ଶିକ୍ଷାଧିକରୀ କାର୍ଯ୍ୟାଳୟ ପକ୍ଷରୁ “ଉତ୍କର୍ଷ” ଇଂରାଜୀ ଦକ୍ଷତା ବିକାଶ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି।ଉକ୍ତ ପ୍ରଶିକ୍ଷଣ ଶିବିରରେ ଜିଲ୍ଲାର ୨୦୬ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଇଂରାଜୀ ବିଷୟରେ ଦକ୍ଷତା ବୃଦ୍ଧି ନିମନ୍ତେ ପ୍ରଶିକ୍ଷଣ ନେଇଥିଲେ।ଏହି ଶିବିରରେ ଜିଲ୍ଲା ଶିକ୍ଷାଧିକରୀ ପୂର୍ଣ୍ଣଚନ୍ଦ୍ର ସେଠୀ,ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଜଗବନ୍ଧୁ ସାହୁ,ଜିଲ୍ଲା ବିଜ୍ଞାନ ପରିଦର୍ଶକ ପରମେଶ୍ବର ମହାନ୍ତ,ନରସିଂହ ସ୍ୱାଇଁ ପୋଲିସ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସନ୍ତୋଷିନୀ ସେଠୀ,ଟାଉନ୍ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ତୃପ୍ତିମୟୀ ପାତ୍ର ଉପସ୍ଥିତ ରହି ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଦକ୍ଷତା ବିକାଶ ପାଇଁ ମାର୍ଗ ଦର୍ଶନ କରିଥିଲେ।ଉତ୍କର୍ଷ କାର୍ଯ୍ୟକ୍ରମର ରାଜ୍ୟ ପ୍ରଶିକ୍ଷକ ଭାବେ ଶିକ୍ଷକ ହରିହର ପଣ୍ଡା, ଅଜ୍ଞାନ କୁମାର ଚାନ୍ଦ,ରଞ୍ଜନ କୁମାର ପଣ୍ଡା ଯୋଗ ଦେଇ ଇଂରାଜୀ ବିଷୟରେ ଦକ୍ଷତା ବୃଦ୍ଧି ନିମନ୍ତେ ପ୍ରଶିକ୍ଷଣ ଦେଇଥିଲେ।ଶିକ୍ଷକ ଜୀବନ କିଶୋର ମହାନ୍ତ,ଶିକ୍ଷୟିତ୍ରୀ ପୁଷ୍ପଲତା ପଣ୍ଡା,ଲୋପାମୁଦ୍ରା ବଡ଼ପଣ୍ଡା,ପଲ୍ଲବୀ ପଣ୍ଡା ମଡେଲ ଟିଚିଂ ପ୍ରଦାନ କରିଥିଲେ।ଅଗଷ୍ଟ ୧ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ବିଷୟରେ ପ୍ରଶିକ୍ଷଣ ଦିଆଯିବାର କାର୍ଯ୍ୟକ୍ରମ ରହିଛି।

Exit mobile version