Site icon ଆଜିକାଲି

ଯୁକ୍ତ୩ ପାଇଁ ନାମଲେଖା ଆବେଦନ, ୭ରେ ପ୍ରକାଶ ପାଇବ ପ୍ରଥମ ମେରିଟ ଲିଷ୍ଟ

ଭୁବନେଶ୍ବର : ରାଜ୍ୟର ବିଭିନ୍ନ ଡିଗ୍ରୀ କଲେଜରେ ଯୁକ୍ତ୩ ନାମଲେଖା ପାଇଁ ଆବେଦନ ଶେଷ ହୋଇଛି। ଅଗଷ୍ଟ ୧୧ ତାରିଖରୁ ସାମ୍ସ ପୋର୍ଟାଲ ଜରିଆରେ ନାମଲେଖା ଆବେଦନ ଆରମ୍ଭ ହୋଇଥିବାବେଳେ ଅଗଷ୍ଟ ୨୫ରେ ଏହା ଶେଷ ହେବାର ଥିଲା। କିନ୍ତୁ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ସମୟସୀମା ସେପ୍ଟେମ୍ବର ୧ ପର୍ଯ୍ୟନ୍ତ ବଢ଼ା ଯାଇଥିଲା। ୧ହଜାର ୨୩ଟି ଡିଗ୍ରୀ କଲେଜରେ ନାମଲେଖା ହେବାକୁ ଯାଉଥିବାବେଳେ ଏଥିଲାଗି ଆବେଦନ ଗତକାଲି ସରିଛି। ଗୁରୁବାର ସନ୍ଧ୍ୟା ୭ଟା ସୁଦ୍ଧା ୨ ଲକ୍ଷ ୭୨ ହଜାର ୭ ଛାତ୍ରଛାତ୍ରୀ ନାମଲେଖା ପାଇଁ ପଞ୍ଜୀକରଣ କରିଥିବାବେଳେ ସେଥିମଧ୍ୟରୁ ୨ ଲକ୍ଷ ୫୩ ହଜାର ୯୨ ଜଣ ଅନଲାଇନରେ ଆବେଦନ କରିଥିଲେ। ୨ ଲକ୍ଷ ୫୧ ହଜାର ୭୫୧ ଜଣ ଅନଲାଇନ ଫି’ ପୈଠ କରିଥିଲେ। ଗୁରୁବାର ରାତି ୧୧ଟା ୪୫ ପର୍ଯ୍ୟନ୍ତ ଆବେଦନ ସମୟସୀମା ରହିଥିବାରୁ ଏହି ସଂଖ୍ୟା ବୃଦ୍ଧି ହୋଇପାରେ।

ଆସନ୍ତା ୭ ତାରିଖ ଅପରାହ୍ନ ୨ଟାରେ ପ୍ରଥମ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇବ। ସେହିଦିନ ଅପରାହ୍ନ ୨ଟାରୁ ୧୧ ତାରିଖ ଅପରାହ୍ଣ ୫ଟା ପର୍ଯ୍ୟନ୍ତ ନାମ‌ଲେଖା ଅନୁଷ୍ଠିତ ହେବ। ରବିବାରରେ ବି ନାମଲେଖା ହେବ। ୧୬ ତାରିଖ ଅପରାହ୍ନ ୨ଟାରେ ଦ୍ବିତୀୟ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇବ। ଏହି ପର୍ଯ୍ୟାୟରେ ଯୋଗ୍ୟ ବିବେଚିତ ଛାତ୍ରଛାତ୍ରୀ ୧୬ ତାରିଖ ଅପରାହ୍ଣ ୨ଟାରୁ ୧୯ ତାରିଖ ଅପରାହ୍ନ ୫ଟା ମଧ୍ୟରେ ନାମଲେଖା ହେବ। ୨୦ ତାରିଖ ଅପରାହ୍ନ ୨ଟାରେ ଖାଲିଥିବା ସିଟ୍ ସମ୍ପର୍କରେ ସାମ୍ସ ୱେବସାଇଟରେ ପ୍ରକାଶ ପାଇବ। ୨୮ ତାରିଖ ଅପରାହ୍ଣ ୨ଟାରେ ସ୍ପଟ୍ ନାମଲେଖା ପାଇଁ ମେଧା ତାଲିକା ପ୍ରକାଶ ପାଇବ। ୨୮ ତାରିଖ ଅପରାହ୍ନ ୨ଟାରୁ ଅକ୍ଟୋବର ୧ ତାରିଖ ମଧ୍ୟରେ ସ୍ପଟ ନାମଲେଖା ହେବ।

Exit mobile version