Site icon ଆଜିକାଲି

ଚଳିତବର୍ଷ ସିଟି ପାଠ୍ୟକ୍ରମରେ ନାମଲେଖା ହେବ

ଭୁବନେଶ୍ବର : ଚଳିତ ୨୦୨୩-୨୪ ଶିକ୍ଷାବର୍ଷରେ ଡିପ୍ଲେମା ଇନ୍‌ ଏଲିମେଣ୍ଟାରି ଏଜୁକେସନ (ଡିଇଏଲ୍‌ଇଡି) ତଥା ସିଟି ପାଠ୍ୟକ୍ରମରେ ନାମଲେଖା ହେବ। ଦୁଇ ବର୍ଷ ଧରି ବନ୍ଦ ରହିବା ପରେ ଏଥର ପୁଣିଥରେ ନାମଲେଖା କରିବାକୁ ରାଜ୍ୟ ସରକାର ଅଣ୍ଟା ଭିଡ଼ିଛନ୍ତି।

ପ୍ରାରମ୍ଭିକ ପର୍ଯ୍ୟାୟରେ ପରୀକ୍ଷା ପରିଚାଳନା ଲାଗି ସଂସ୍ଥା ଚୟନ ପ୍ରକ୍ରିୟା ଆରମ୍ଭ ହୋଇଛି। ଆଗ୍ରହୀ ସଂସ୍ଥାମାନେ ମାର୍ଚ୍ଚ ୨୨ ମଧ୍ୟରେ ଟେଣ୍ଡର ପକାଇବାକୁ କୁହାଯାଇଛି। ଏଥର ପାଖାପାଖି ୧ ଲକ୍ଷ ୨୦ ହଜାର ପରୀକ୍ଷାର୍ଥୀ ପ୍ରବେଶିକା ପରୀକ୍ଷାରେ ସାମିଲ ହେବାର ସମ୍ଭାବନା ରହିଛି। ତାହାକୁ ନଜରରେ ରଖି ୩୦ ଜିଲାରେ ପରୀକ୍ଷା କେନ୍ଦ୍ର ହେବ। କମ୍ପ୍ୟୁଟର ବେସ୍‌ଡ ଟେଷ୍ଟ(ସିବିଟି) ମାଧ୍ୟମରେ ହେବାକୁ ଥିବା ପରୀକ୍ଷା ଲାଗି ଇଂରାଜୀ, ଓଡ଼ିଆ, ହିନ୍ଦୀ, ତେଲଗୁ, ଉର୍ଦ୍ଦ୍ବ, ସାନ୍ତାଳି ଭାଷାରେ ପ୍ରଶ୍ନପତ୍ର ବ୍ୟାଙ୍କ ପ୍ରସ୍ତୁତ କରାଯିବ। ମାତ୍ର ଇଂରାଜୀ ଓ ଓଡ଼ିଆ ଭାଷାରେ ପ୍ରଶ୍ନପତ୍ର କରିବାକୁ ଯୋଜନା ପ୍ରସ୍ତୁତ ହୋଇଛି।

FacebookTwitterLinkedinWhatsapp
Exit mobile version