Site icon ଆଜିକାଲି

ମେ’ ପହିଲାରୁ ରାଜ୍ୟରେ ପଛୁଆ ବର୍ଗ ଲୋକଙ୍କ ଗଣନା

ଭୁବନେଶ୍ୱର : ଏ ବର୍ଷ ମେ’ ପହିଲାରୁ ରାଜ୍ୟରେ ପଛୁଆ ବର୍ଗ ସର୍ଭେ ଆରମ୍ଭ ହେବ । ଏହା ମେ’ ୨୭ ତାରିଖ ପର୍ଯ୍ୟନ୍ତ ଚାଲିବ। ପଛୁଆ ବର୍ଗ ସର୍ଭେ ନେଇ ଗଣମାଧ୍ୟମରେ ବିଜ୍ଞାପନ ପ୍ରକାଶ ପାଇଛି । ଓଡ଼ିଶା ସରକାରଙ୍କ ଦ୍ୱାରା ଅଧିସୂଚିତ ୨୦୮ଟି ପଛୁଆବର୍ଗର ଲୋକଙ୍କ ସାମାଜିକ ଓ ଶିକ୍ଷାଗତ ସ୍ଥିତି ସମ୍ପର୍କରେ ତଥ୍ୟ ସଂଗ୍ରହ ହେବ। ଏ ନେଇ ରାଜ୍ୟ ସରକାର ନୂଆ ନିର୍ଦ୍ଦେଶାନାମା ପ୍ରକାଶ କରିଛନ୍ତି।

ବର୍ତମାନର ସଂରକ୍ଷଣ ବ୍ୟବସ୍ଥାରେ ରାଜ୍ୟରେ ଏବେ ମାତ୍ର ୧୧.୨୫ ପ୍ରତିଶତ ସଂରକ୍ଷଣ ସୁବିଧା ପଛୁଆବର୍ଗଙ୍କୁ ମିଳୁଛି। ସୁପ୍ରିମକୋର୍ଟଙ୍କ ଗାଇଡଲାଇନ୍ସ ଅନୁସାରେ ରାଜ୍ୟ ସରକାର ୫୦ ପ୍ରତିଶତରୁ ଅଧିକ ସଂରକ୍ଷଣ ବ୍ୟବସ୍ଥା ଦେଇପାରୁ ନାହାନ୍ତି। ରାଜ୍ୟରେ ପଛୁଆବର୍ଗଙ୍କ ଗଣନା କରିବାକୁ କ୍ୟାବିନେଟରେ ପ୍ରସ୍ତାବ ଗୃହୀତ ହୋଇଥିଲା ।

Exit mobile version