Site icon ଆଜିକାଲି

ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ସମ୍ଭବ ନୁହେଁ : ସୁପ୍ରିମକୋର୍ଟ

ଭୁବନେଶ୍ୱର : ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ସ୍ଥାପନ ହୋଇପାରିବ ନାହିଁ। ଏ ମାମଲାର ଆଜି ଶୁଣାଣି ବେଳେ ସ୍ପଷ୍ଟ କରିଛନ୍ତି ସୁପ୍ରିମକୋର୍ଟ। ଏଥିସହ ଓକିଲ ଆନ୍ଦୋଳନ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି ସୁପ୍ରିମକୋର୍ଟ। ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଆବେଦନକୁ ସମ୍ପୂର୍ଣ୍ଣ ଖାରଜ କରିଦେଇଛନ୍ତି ସୁପ୍ରିମକୋର୍ଟ । କହିଛନ୍ତି ଯେ, ଭୌଗୋଳିକ ସ୍ଥିତି ଏବଂ ଟେକ୍ନୋଲୋଜି ପାଇଁ ବେଞ୍ଚ ଆବେଦନ ଖାରଜ ହୋଇଛି। ଆଉ ବେଞ୍ଚ ପ୍ରତିଷ୍ଠାର କୌଣସି ଆଶା ନାହିଁ ବୋଲି କୋର୍ଟ କହିଛନ୍ତି। ଯାହା ଆଶା ଥିଲା, ଓକିଲ ମାନଙ୍କ ଆଚରଣ ପରେ ସମ୍ପୂର୍ଣ୍ଣ ମଉଳି ଯାଇଥିବା କୋର୍ଟ କହିଛନ୍ତ।

Exit mobile version