Site icon ଆଜିକାଲି

ଛୁରା ମାଡ଼ରେ ପୂର୍ବତନ ସିଡିଏମଓ ଗୁରୁତର, ଦୁର୍ବୃତ୍ତ ଫେରାର

ଭଦ୍ରକ : ଭଦ୍ରକରେ ପୂର୍ବତନ ସିଡିଏମଓଙ୍କୁ ଛୁରାମାଡ଼। ଘରେ ପଶି ପୂର୍ବତନ ସିଡିଏମଓଙ୍କୁ ଛୁରାମାଡ଼ କରି ଦୁର୍ବୃତ୍ତ ଫେରାର। ଛୁରାମାଡ଼ରେ ରଘୁନାଥ ପାଢ଼ୀ ଗୁରୁତର ହୋଇଛନ୍ତି। ଚିକିତ୍ସା ପାଇଁ ତାଙ୍କୁ ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ସୂଚନା ଅନୁୟାୟୀ ଗତକାଲି ରାତିରେ ରଘୁନାଥଙ୍କ ଘରେ ଚୋରି ପାଇଁ ପଶିଥିଲେ ଚୋର। ପ୍ରତିବାଦ କରିବାରୁ ତାଙ୍କୁ ଛୁରାମାଡ଼ କରି ଫେରାର ହୋଇଯାଇଛନ୍ତି। ୭ରୁ ଅଧିକ ସ୍ଥାନରେ ଛୁରାମାଡ । ଗୁରୁତର ଅବସ୍ଥାରେ ଭଦ୍ରକ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି । ଘଟଣାକୁ ନେଇ ତଦନ୍ତ କରୁଛି ପୋଲିସ ।

Exit mobile version