Site icon ଆଜିକାଲି

ପୂର୍ବତନ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ପରଲୋକ

ଭୁବନେଶ୍ୱର : ପୂର୍ବତନ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ପରଲୋକ। ଭୁବନେଶ୍ୱରରେ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ହୋଇଥିବା ସୂଚନା। ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ଘଟିଛି। ଆଜି ସନ୍ଧ୍ୟା ୭ଟାରେ ୩୧ରେ ୭୪ ବର୍ଷ ବୟସରେ ସେ ଶେଷ ନିଃଶ୍ଵାସ ତ୍ୟାଗ କରିଛନ୍ତି।

ଗଞ୍ଜାମ ଦିଗପହଣ୍ଡି ବିଧାନସଭା କ୍ଷେତ୍ରରୁ ସେ ପ୍ରତିନିଧିତ୍ଵ କରୁଥିଲେ। ୧୯୯୦ ପ୍ରଥମେ ଜନତା ଦଳରୁ ନିର୍ବାଚନ ଲଢିଥିଲେ। ତାଙ୍କ ରାଜନୈତିକ କ୍ୟାରିୟର ଭିତରେ ସୂର୍ଯ୍ୟପାତ୍ର ଗଞ୍ଜାମରୁ ୭ ଥର ବିଧାୟକ ହୋଇଥିଲେ। ସେଥିମଧ୍ୟରୁ ମୋହନାରୁ ୪ ଥର ଓ ଦିଗପହଣ୍ଡିରୁ ୩ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିରେ ବରିଷ୍ଠ ବିଜେଡି ନେତା। ରାଜ୍ୟରେ ବିଜେଡି ସରକାରଙ୍କ ବିଭିନ୍ନ ବିଭାଗରେ ମନ୍ତ୍ରୀ ଭାବେ ଦକ୍ଷତାର ସହ କାମ କରିଥିଲେ।

Exit mobile version