Site icon ଆଜିକାଲି

ଗୁଜୁରାଟରେ ପରୀକ୍ଷା ପ୍ରଶ୍ନପତ୍ର ଲିକ୍‌ ମାମଲା, ମାଲକାନଗିରିରୁ ଜଣେ ଶିକ୍ଷକ ଗିରଫ

ମାଲକାନଗିରି : ଗୁଜୁରାଟରେ ପଞ୍ଚାୟତ ବିଭାଗ ତରଫରୁ କନିଷ୍ଠ କିରାଣୀ ପଦବୀ ପରୀକ୍ଷା ପ୍ରଶ୍ନପତ୍ର ଲିକ୍‌ ମାମଲାରେ ମାଲକାନଗିରିରୁ ଜଣେ ଶିକ୍ଷକ ଗିରଫ । ମାଲକାନଗିରି ପୋଲିସ ସହାୟତାରେ ଗିରଫ କଲା ଗୁଜୁରାଟ ପୋଲିସ ।

ସୂଚନା ଯେ, ଗୁଜୁରାଟ ପଞ୍ଚାୟତ ସର୍ଭିସ ସିଲେକ୍ସନ ବୋର୍ଡ ତରଫରୁ ଗତ କିଛି ଦିନ ତଳେ କନିଷ୍ଠ କିରାଣୀ ପଦବୀ ପାଇଁ ପରୀକ୍ଷା ହେବାର ଥିଲା । କିନ୍ତୁ ଏହା ପୂର୍ବରୁ ପ୍ରଶ୍ନପତ୍ର ଲିକ ହେବାରୁ ଏହି ପରୀକ୍ଷାକୁ ବାତିଲ କରାଯାଇଛି । ଏହି ପରୀକ୍ଷାର ପ୍ରଶ୍ନ ପତ୍ର ଲିକ ହେବା ପରେ ଏହାର ଉତ୍ତର ଲେଖି ମାଲକାନଗିରି ଜିଲା କର୍ତ୍ତନପାଲୀ ସରକାରୀ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ସରୋଜ ମାଲୁ ମୋବାଇଲରେ ପଠାଇଥିବା ଜଣାପଡିଛି । ଗୁଜୁରାଟ ପୋଲିସ ମାଲକାନଗିରି ପୋଲିସ ସହାୟତାରେ ଶିକ୍ଷକ ମାଲୁଙ୍କୁ ଗିରଫ କରିଛି ।

Exit mobile version