Site icon ଆଜିକାଲି

ରାଜଧାନୀର ବାର୍ ଗୁଡିକରେ ନାବାଳିକା କର୍ମଚାରୀ ଥିଲେ ଅବକାରୀ ବିଭାଗ ନେବ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ବର : ଛାତ୍ରୀ ଶୁଭଲକ୍ଷ୍ମୀ ଆତ୍ମହତ୍ୟା ଘଟଣା ପରେ ଆକ୍ସନ ମୋଡରେ ଆସିଛି ଅବକାରୀ ବିଭାଗ । ବାର୍ ରେ ନାବାଳିକା ନିୟୋଜିତ କରିଥିଲେ ସଂପୃକ୍ତ ବାର୍ ମାଲିକଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚେତାବନୀ ଦିଆଯାଇଛି। ଖୁବ୍ ଶୀଘ୍ର ରାଜଧାନୀରେ ଥିବା ସମସ୍ତ ଡ୍ୟାନ୍ସ ବାର ଉପରେ ଚଢ଼ାଉ ହେବ । ଏଥିପାଇଁ ଅବକାରୀ ବିଭାଗ ପକ୍ଷରୁ ସ୍ଵତନ୍ତ୍ର ସ୍କ୍ବାଡ୍ ଗଠନ ହୋଇଛି ।

ରାଜଧାନୀର ୧୮ ଟି ବାରରେ ମହିଳା ଡ୍ୟାନସର ନିଯୁକ୍ତ ହୋଇଛନ୍ତି । ୧୮ଟି ବାରରେ ୨୧୬ ମହିଳା କର୍ମଚାରୀ ନିୟୋଜିତ ହୋଇଛନ୍ତି। ବାରରେ ନିୟୋଜିତ ମହିଳାଙ୍କର ବୟସ ୨୧ ବର୍ଷରୁ ଅଧିକ ହୋଇଥିବା ଆବଶ୍ୟକ । ୨୧ ବର୍ଷରୁ କମ ବୟସର ବାଳିକା ନିୟୋଜିତ ହୋଇଥିଲେ ବାର ମାଲିକଙ୍କ ବିରୋଧରେ ହେବ କାର୍ଯ୍ୟାନୁଷ୍ଠାନ । ବାରରେ ନିୟୋଜିତ ସମସ୍ତ ମହିଳାଙ୍କ ପରିଚୟ ପତ୍ର ଅବକାରୀ ଅଫିସରେ ଦାଖଲ କରିବା ଆବଶ୍ୟକ । ନଚେତ୍ ଡ୍ୟାନସ ବାର ବନ୍ଦ ହେବ ବୋଲି ଭୁବନେଶ୍ୱର ଅବକାରୀ ବିଭାଗ ସୁପରିଟେଣ୍ଡେଣ୍ଟ ପ୍ରଦୀପ ପଟ୍ଟନାୟକ କହିଛନ୍ତି।

Exit mobile version