Site icon ଆଜିକାଲି

ନବୀନ ମନ୍ତ୍ରିମଣ୍ଡଳର ସଂପ୍ରସାରଣ, ତିନି ନୂଆ ମନ୍ତ୍ରୀ ସାମିଲ

ଭୁବନେଶ୍ବର : ନବୀନ ସରକାରରେ ଆଜି ତିନି ନୂଆ ମନ୍ତ୍ରୀଙ୍କୁ ସାମିଲ କରାଯାଇଛି । ପୂର୍ବତନ ବାଚସ୍ପତି ବିକ୍ରମ କେଶରୀ ଆରୁଖ, ବିଧାୟକ ସୁଦାମ ମାର୍ଣ୍ଡି ଓ ସାରଦା ନାୟକ କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ଲୋକସେବା ଭବନର କନଭେନସନ ହଲରେ ଆୟୋଜିତ ସମାରୋହରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ନୂଆ ମନ୍ତ୍ରୀମାନଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ମନ୍ତ୍ରିମଣ୍ଡଳର ଅନ୍ୟ ସଦସ୍ୟଙ୍କ ଉପସ୍ଥିତିରେ ପ୍ରଥମେ ଭଞ୍ଜନଗର ବିଧାୟକ ବିକ୍ରମ କେଶରୀ ଆରୁଖ ଶପଥ ନେଇଥିଲେ। ପରେ ସୁଦାମ ମାର୍ଣ୍ଡି ଓ ଶେଷରେ ସାରଦା ନାୟକ ଶପଥ ନେଇଥିଲେ । ଗତକାଲି ୩ ବିଧାୟକଙ୍କୁ ନବୀନ ନିବାସରୁସ ଫୋନ୍ ଯାଇଥିଲା ।

କିଛି ଦିନ ତଳେ ବାଚସ୍ପତି ପଦରୁ ଇସ୍ତଫା ଦେଇଥିଲେ ଭଞ୍ଜନଗର ବିଧାୟକ ବିକ୍ରମ କେଶରୀ ଆରୁଖ । ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ଓ ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ମଧ୍ୟ ଇସ୍ତଫା ଦେଇଥିଲେ।

Exit mobile version