Site icon ଆଜିକାଲି

ବଢିଲା ଯୁକ୍ତ୨ ନାମଲେଖା ପାଇଁ ଆବେଦନ ଅବଧି, ଜୁଲାଇ ୨୯ରୁ ପାଠପଢା ଆରମ୍ଭ

ଭୁବନେଶ୍ଵର: ଯୁକ୍ତ ୨ ପ୍ରଥମ ବର୍ଷ ନାମଲେଖା ପାଇଁ ଆବେଦନ ଅବଧି ବୃଦ୍ଧି ପାଇଛି। ଜୁନ ୨୦ ପର୍ଯ୍ୟନ୍ତ ଥିବା ଅବଧି ଜୁନ ୨୬ ପର୍ଯ୍ୟନ୍ତ ବୃଦ୍ଧି ପାଇଛି। ପରିବର୍ତ୍ତିତ ସୂଚୀ ଅନୁସାରେ ଜୁଲାଇ ୨ରେ ପ୍ରଥମ ମେରିଟ୍ ଲିଷ୍ଟ ବାହାରିବ। ଏହା ପରେ ଜୁଲାଇ ୩ରୁ ୮ ତାରିଖ ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟ ଆଡମିଶନ ଚାଲିବ। ପୁଣି ଜୁଲାଇ ୧୬ରେ ୨ୟ ମେରିଟ୍ ଲିଷ୍ଟ ପ୍ରକାଶ ପାଇବ। ଏହି ପର୍ଯ୍ୟାୟରେ ୧୯ ତାରିଖ ସୁଦ୍ଧ ଆଡମିଶନ ସରିବ। ସେହିପରି ଅନଲାଇନ୍ ସ୍ପଟ୍ ଆଡମିଶନ ଜୁଲାଇ ୧୭ରୁ ଜୁଲାଇ ୨୭ ପର୍ଯ୍ୟନ୍ତ ଚାଲିବ।

ପୂର୍ବ ନିର୍ଦ୍ଧାରିତ ସୂଚୀ ଅନୁସାରେ ଜୁଲାଇ ୨୯ରେ ପାଠପଢା ଆରମ୍ଭ ହେବ। ମାଟ୍ରିକ୍ ପରୀକ୍ଷା ସଫଳତା ହାରକୁ ଦୃଷ୍ଟିରେ ରଖି ଯୁକ୍ତ ଦୁଇରେ ସିଟ୍ ଅଭାବ ଦୂର କରିବାକୁ ଏହି ନିଷ୍ପତ୍ତି ନିଆଯାଇଛି। ସାମ୍ବାଦିକ ସମ୍ମିଳନୀରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ ସୁଦାମ ମାରାଣ୍ଡି ସୂଚନା ଦେଇଛଥିଲେ । ୧୦୬ଟି ନୂତନ ଉଚ୍ଚ ମାଧ୍ୟମିକ ସ୍କୁଲ ଖୋଲିବାକୁ ଘୋଷଣା ହୋଇଛି । ୧୦୬ ଅପଗ୍ରେଡେଡ୍ ଉଚ୍ଚ ମାଧ୍ୟମିକ ସ୍କୁଲରେ ୧୩ ହଜାର ସିଟ୍ ରହିବ ।

ସୂଚନାଯୋଗ୍ୟ, ମେ ୧୮ ତାରିଖରେ ମାଟ୍ରିକ ରେଜଳ୍ପ ବାହାରିଥିଲା। ଚଳିତ ବର୍ଷ ଛାତ୍ରୀଙ୍କ ପାସ୍ ହାର ରହିଛନ୍ତି ୯୭.୦୭ ପ୍ରତିଶତ ରହିଛି । ସେହିଭଳି ପୁଅମାନଙ୍କ ପାସ୍ ହାର ରହିଛି ୯୫.୭୫ ପ୍ରତିଶତ । ସେହିଭଳି ଏ୧ ରେ ପାସ୍ କରିଛନ୍ତି ୪୧୫୮ ଛାତ୍ରଛାତ୍ରୀ । ଏ୨ ରେ ୨୯୮୩୮ ଜଣ ଛାତ୍ରଛାତ୍ରୀ ପାସ୍ କରିଛନ୍ତି । ତେବେ କଟକ ଓ ଜଗତସିଂହପୁରରେ ପାସ୍‌ ହାର ରହିଛି ସର୍ବାଧିକ । ତେବେ ମାଲକାନଗିରିିରେ ପାସ୍ ହାର ରହିଛି ସର୍ବନିମ୍ନ ।

Exit mobile version