Site icon ଆଜିକାଲି

ପାରିବାରିକ କଳହର ଉଗ୍ର ରୂପ : ସ୍ତ୍ରୀକୁ ବଞ୍ଚାଇବାକୁ ଯାଇ ଜଳିଗଲେ ସ୍ୱାମୀ

ବାଲେଶ୍ଵର: ବାଲେଶ୍ୱର ଜିଲା ସୋର ଥାନା ଅନ୍ତର୍ଗତ ଜଡିଡଦା ପଞ୍ଚାୟତ ଆଡ଼ିଆ ଗାଁରେ ଅଭାବନୀୟ ଘଟଣା। ଉଗ୍ର ରୂପ ନେଲା ପାରିବାରିକ କଳହ। କିରାସିନ୍ ଢାଳି ଦେହରେ ନିଆଁ ଲଗାଇଲେ ସ୍ତ୍ରୀ। ଆଉ ପତ୍ନୀଙ୍କୁ ବଞ୍ଚାଇବାକୁ ଯାଇ ପୋଡି ହୋଇଗଲେ ସ୍ଵାମୀ। ଗୁରୁତର ଅବସ୍ଥାରେ ସ୍ୱାମୀ ଶଶିକାନ୍ତ ମହାରଣା ଓ ତାଙ୍କ ସ୍ତ୍ରୀ ଭାନୁମତି ମହାରଣାଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ଉଭୟ ଦମ୍ପତିଙ୍କୁ କଟକ ସ୍ଥାନାନ୍ତର କରାଯାଇଛି।

ସୂଚନା ଅନୁସାରେ ଆଜି ସକାଳେ ସ୍ଵାମୀ ଶଶିକାନ୍ତ ଏବଂ ସ୍ତ୍ରୀ ଭାନୁମତିଙ୍କ ମଧ୍ୟରେ କୌଣସି ପାରିବାରିକ କାରଣକୁ ନେଇ କଳହ ହୋଇଥିଲା। ଏହି ବଚସା ଉଗ୍ରରୂପ ନେଇଥିଲା। ଏଥିରେ ଉତକ୍ଷିପ୍ତ ହୋଇ ସ୍ତ୍ରୀ ଭାନୁମତୀ ନିଜ ଦେହରେ କିରୋସିନ୍ ଢାଳି ନିଆଁ ଲଗାଇ ଦେଇଥିଲେ। ଭାନୁମତୀ ଜଳିଯାଉଥିବା ବେଳେ ଶଶିକାନ୍ତ ତାଙ୍କୁ ବଞ୍ଚାଇବାକୁ ଚେଷ୍ଟା କରିଥିଲେ। ତାଙ୍କ ଦେହରେ ମଧ୍ୟ ନିଆଁ ଲାଗିଯାଇଥିଲା। ସେ ମଧ୍ୟ ଜଳି ଯାଇଥିଲେ। ପାଖ ପଡ଼ୋଶୀ ଉଭୟଙ୍କ ଚିତ୍କାର ଶୁଣି ଦୌଡ଼ି ଆସିଥିଲେ। ଉଭୟଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ସୋର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ପ୍ରାଥମିକ ଚିକିତ୍ସା ପରେ ସେମାନଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ଅଧିକ ଛାନଭିନ୍ ଜାରି ରଖିଛି।

Exit mobile version