Site icon ଆଜିକାଲି

ରାଜଧାନୀରେ ଫେକ୍ କଲ୍ ସେଣ୍ଟର ମାମଲା : ୬ ଅଭିଯୁକ୍ତଙ୍କୁ ୩ ଦିନିଆ ରିମାଣ୍ଡରେ ନେବ କମିଶନରେଟ୍‌ ପୁଲିସ

ଭୁବନେଶ୍ୱର : ରାଜଧାନୀରେ ଫେକ୍ କଲ୍ ସେଣ୍ଟର କରି ଲୋକଙ୍କୁ ଚୁନ ମାରୁଥିବା ଅଭିଯୋଗରେ ଗିରଫ ହୋଇଥିବା ୬ ଅଭିଯୁକ୍ତଙ୍କୁ ୩ ଦିନିଆ ରିମାଣ୍ଡରେ ନେବାକୁ କମିଶନରେଟ୍‌ ପୁଲିସକୁ ଅନୁମତି ମିଳିଛି। ଭୁବନେଶ୍ୱର କୋର୍ଟରୁ ଅନୁମତି ମିଳିବା ପରେ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେଇ ଅଧିକ ପଚରାଉଚରା କରିବ ପୁଲିସ। ଏଥିସହ କମିଶନରେଟ୍ ପୁଲିସର ସ୍ୱତନ୍ତ୍ର ଟିମ୍ ଅଭିଯୁକ୍ତଙ୍କ ଘର କୋଲକାତା ଯାଇ ତଦନ୍ତ କରିବ।

ଫେକ୍ କଲ୍ ସେଣ୍ଟର କରି ଅଭଯୁକ୍ତମାନେ ଓଡ଼ିଶା ସହ ସମଗ୍ର ଦେଶରେ ଠକେଇ କରିଥିବା ପୁଲିସ ପ୍ରାଥମିକ ତଦନ୍ତରୁ ଜାଣିପାରିଛି। ଅଧିକ ତଦନ୍ତ ପାଇଁ ଏକ ସ୍ପେଶାଲ ଟିମ୍ ଗଠନ କରିଛି କମିଶନରେଟ୍‌ ପୁଲିସ୍। ସଫ୍ଟୱେର ପ୍ରଡକ୍ଟ ବା ଆଣ୍ଟି ଭାଇରସ୍ ଅପଲୋଡ୍ କରିବାକୁ କହି ଆମେରିକାର କିଛି ଲୋକଙ୍କୁ ମଧ୍ୟ ଏମାନେ ଚୁନ ଲଗାଇଥିବା ଜଣାଯାଇଛି। ଗିରଫ ଅଭିଯୁକ୍ତମାନେ ବେଶ ଉଚ୍ଚ ଶିକ୍ଷିତ ବୋଲି ଜଣାଯାଇଛି। ତେଣୁ ଏମାନେ କେତେ ଲୋକଙ୍କୁ ଫେକ୍ କଲ୍ ମାଧ୍ୟମରେ ଠକିଛନ୍ତି, ସେ ନେଇ ସାଇବର ଠକଙ୍କ ବ୍ୟାଙ୍କ୍ ଆକାଉଣ୍ଟ ଯାଞ୍ଚ ଚାଲିଛି।

Exit mobile version