Site icon ଆଜିକାଲି

ଜାଲ୍ ସାର୍ଟିଫିକେଟ ମାମଲା : ୪ ଜଣଙ୍କୁ ଗିରଫ କଲା ବ୍ରହ୍ମପୁର ଗୋଷାଣୀ ନୂଆଗାଁ ପୋଲିସ

ବ୍ରହ୍ମପୁର : ଜାଲ ସାର୍ଟିଫିକେଟ ଦେବା ଅଭିଯୋଗରେ ୪ଜଣଙ୍କୁ ଗିରଫ କରିଛି ବ୍ରହ୍ମପୁର ଗୋଷାଣୀ ନୂଆଗାଁ ପୋଲିସ । ଗିରଫଙ୍କ ମଧ୍ୟରେ ବାପା -ପୁଅ ଅଛନ୍ତି। ଖଲ୍ଲିକୋଟ ଲଙ୍ଗଳେଶ୍ୱର ସ୍କୁଲର ନିଲମ୍ବିତ ଶିକ୍ଷକ ଜାଲ୍ ସାର୍ଟିଫିକେଟ ରାକେଟର ମାଷ୍ଟରମାଇଣ୍ଡ ଥିଲେ । ଆଉ ଦୁଇ ଅଭିଯୁକ୍ତଙ୍କୁ କଟକ ଓ ଢେଙ୍କାନାଳରୁ ଗିରଫ କରାଯାଇଛି। ନକଲି ବିଇଡି ସାର୍ଟିଫିକେଟ ଦେବା ନେଇ ଥାନାରେ ଏତଲା ହୋଇଥିଲା । ଛତିଶଗଡ଼, ଆନ୍ଧ୍ର ଓ ଓଡ଼ିଶାରେ ଅଭିଯୁକ୍ତମାନେ ଜାଲ୍ ସାର୍ଟିଫିକେଟ ରାକେଟ ଚଳାଉଥିଲେ ବୋଲି ପୋଲିସ କହିଛି।

Exit mobile version