Site icon ଆଜିକାଲି

ଜାଲ୍ ସାର୍ଟିଫିକେଟ୍ ଘଟଣା : ୨ ମୁଖ୍ୟ ଅଭିଯୁକ୍ତକୁ ୭ଦିନିଆ ରିମାଣ୍ଡରେ ନେବାକୁ କ୍ରାଇମବ୍ରାଞ୍ଚର ଆବେଦନ

ବଲାଙ୍ଗୀର : ବଲାଙ୍ଗୀର ଜାଲ୍ ସାର୍ଟିଫିକେଟ୍ ରାକେଟ ଘଟଣାର ତଦନ୍ତ କରୁଛି କ୍ରାଇମବ୍ରାଞ୍ଚ ଟିମ୍ । ଜାଲ୍ ସାର୍ଟିଫିକେଟ୍ ଘଟଣାର ମାଷ୍ଟର ମାଇଣ୍ଡ ତଥା ମୁଖ୍ୟ ଅଭିଯୁକ୍ତ ମନୋଜ ମିଶ୍ର ଓ ଆଲୋକ ଉଦଗାତାକୁ ରିମାଣ୍ଡରେ ନେବ କ୍ରାଇମବ୍ରାଞ୍ଚ । ସିଭିଲ୍ କୋର୍ଟରେ ୭ ଦିନିଆ ରିମାଣ୍ଡ ଆବେଦନ କରିଛି କ୍ରାଇମବ୍ରାଞ୍ଚ ।

ରବିବାର ବିଳମ୍ବିତ ରାତି ପର୍ଯ୍ୟନ୍ତ କାଗଜପତ୍ର ଯାଞ୍ଚ କରିଥିଲା ପୋଲିସ । ଏହାସହ ଘଟଣାରେ ଜବତ ତଥ୍ୟର ଯାଞ୍ଚ କରୁଛି କ୍ରାଇମବ୍ରାଞ୍ଚ । ଟାଉନ୍ ଥାନା ଅଧିକାରୀଙ୍କ ସହ ତଦନ୍ତ କରିଥିବା ପୋଲିସ ଅଧିକାରୀଙ୍କ ଉପସ୍ଥିତିରେ ଛାନଭିନ୍ କରାଯାଉଛି । ଜାଲ୍ ସାର୍ଟିଫିକେଟ୍ ସହ ଜବତ କମ୍ପ୍ୟୁଟର, ଲାପଟପ୍, ହାର୍ଡଡିସ୍କ ଓ ପେନ୍ଡ୍ରାଇଭରୁ ତଥ୍ୟ ବାହାର କରୁଛି ଟିମ୍ । ରିମାଣ୍ଡ ସମୟରେ କ୍ରାଇମବ୍ରାଞ୍ଚ ପାଖରେ ଥିବା ଖବର ଅନୁଯାଇ ବିଭିନ୍ନ ବିଶ୍ୱବିଦ୍ୟାଳୟରେ ରହିଥିଲେ ମନୋଜଙ୍କ ସହଯୋଗୀ ଓ ଦଲାଲ । ଯାହାଙ୍କ ଜରିଆରେ ମନୋଜ ଜାଲ୍ ସାର୍ଟିଫିକେଟ୍ କାରବାର କରୁଥିଲା । ତେବେ ସେ ଦିଗରେ ମଧ୍ୟ କ୍ରାଇମବ୍ରାଞ୍ଚ ତଦନ୍ତ ଆରମ୍ଭ କରିବ ।

Exit mobile version