Site icon ଆଜିକାଲି

କଟକରୁ ପୁଣି ନକଲି ମେଡିସିନ ଜବତ, ଜଣେ ଅଟକ

କଟକ : କଟକରୁ ପୁଣି ଜବତ ହେଲା ନକଲି ମେଡିସିନ। ଡ୍ରଗସ୍ ବିଭାଗ ଓ ପୁରୀଘାଟ ପୋଲିସ ମିଳିତ ସହଯୋଗରେ ପୁରୀଘାଟ ଥାନା ଅଞ୍ଚଳ ଟାଉନ ହଲ ରୋଡରେ ଶ୍ରୀ ଡିଷ୍ଟ୍ରିବୁଟର ଉପରେ ଚଢାଉ କରାଯାଇ ୨ ଲକ୍ଷ ଟଙ୍କାର ନକଲି ମେଡିସିନ ଜଵତ ହୋଇଛି। ସେହପରି ନକଲି ମେଡିସିନ ଜବତ କରିବା ସହ ମାଲିକ ବିଜୟ ଅଗ୍ରୱାଲକୁ ଥାନାରେ ଅଟକ ରଖି ପଚରାଉଚରା କରାଯାଉଛି। ପେଟରୋଗ ପାଇଁ ମିଳୁଥିବା ଓଟୁ ନକଲି ମେଡିସିନ ବିକ୍ରି କରୁଥିବା ନେଇ ଡ୍ରଗସ୍ ବିଭାଗ ପୁରୀଘାଟ ଥାନାରେ ଅଭିଯୋଗ କରିଥିଲା। ତେବେ ଏହି ନକଲି ମେଡିସିନ ରାଜ୍ୟ ବାହାରୁ ଆଣିଥିବା ପଚରାଉଚରା ସମୟରେ ଜଣାପଡିଛି।

ସୂଚନା ଯେ, କିଛି ମାସ ତଳେ କଟକରେ ମଧ୍ୟ ନକଲି ମେଡିସିନ୍‌ କାରବାର ନେଇ ଚଢାଉ ହୋଇଥିଲା । ଆଉ ଏହି ଚଢାଉରେ ବିପୁଳ ପରିମାଣର ନକଲି ମେଡିସିନ୍‌ ଜବତ ହେବା ସହ କିଛି ଲୋକଙ୍କୁ ଗିରଫ କରାଯାଇଛି । ଏବେବି କମିଶନରେଟ୍‌ ପୋଲିସ ଏବଂ ଡ୍ରଗସ ବିଭାଗ ନକଲି ମେଡିସିନ୍‌ କାରବାର ନେଇ ଖୋଳତାଡ଼ ଜାରି ରଖିଛି ।

Exit mobile version