Site icon ଆଜିକାଲି

ଫକୀରମୋହନ ବିଶ୍ୱବିଦ୍ୟାଳୟକୁ ନାକ୍‌ ‘ଏ’ ଗ୍ରେଡ୍‌ ମାନ୍ୟତା, ପାଇଛି ୩.୧୮ ପଏଣ୍ଟ

ଭୁବନେଶ୍ୱର : ଫକୀରମୋହନ ବିଶ୍ୱବିଦ୍ୟାଳୟକୁ ମିଳିଲା ଜାତୀୟ ମୂଲ୍ୟାୟନ ଓ ଅଧିସ୍ୱୀକୃତି ପରିଷଦ (ନାକ୍‌) ‘ଏ’ ଗ୍ରେଡ୍‌ ମାନ୍ୟତା । ସିଜିପିଏରେ ଫକୀରମୋହନ ଓଡ଼ିଶାର ଅନ୍ୟ ସମସ୍ତ ସରକାରୀ ବିଶ୍ୱବିଦ୍ୟାଳୟକୁ ପଛରେ ପକାଇଛି । ଫକୀରମୋହନ ବିଶ୍ୱବିଦ୍ୟାଳୟକୁ ୩.୧୮ ସିଜିପିଏ ମିଳିଥିବା ବେଳେ ଉତ୍କଳ ବିଶ୍ୱବିଦ୍ୟାଳୟକୁ ୩.୧୬ ଓ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟକୁ ୩.୧ ସିଜିପିଏ ମିଳିଛି । ପୂର୍ବରୁ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ‘ବି’ ଗ୍ରେଡ୍‌ ନାକ୍‌ ମାନ୍ୟତା ମିଳିଛି ।

ଗତ ୧୨ ତାରିଖରେ ନାକ୍‌ ଟିମ୍‌ ଫକୀରମୋହନ ବିଶ୍ୱବିଦ୍ୟାଳୟକୁ ଆସିଥିଲେ । ଗସ୍ତ ପରେ ଟିମ୍‌ ଗୁଣାତ୍ମକ ଶିକ୍ଷାଦାନ ପ୍ରଣାଳୀ ଓ ବିଶ୍ୱବିଦ୍ୟାଳୟରେ ଶୈକ୍ଷିକ ପରିବେଶରେ ଉନ୍ନତି ଆଣିପାରିଥିବାରୁ ବାଲେଶ୍ୱର ଫକୀରମୋହନ ବିଶ୍ୱବିଦ୍ୟାଳୟକୁ ନାକ୍‌ ‘ଏ’ ଗ୍ରେଡ୍‌ ମାନ୍ୟତା ପ୍ରଦାନ କରିଛି ।

Exit mobile version