Site icon ଆଜିକାଲି

ଏଆର୍ ରହମାନଙ୍କ ଲାଇଭ୍ କନସର୍ଟରେ ଅବ୍ୟବସ୍ଥା, ଟିକେଟ୍ ଥାଇ ବି ମିଳିଲାନି ଏଣ୍ଟ୍ରି, ରାଗିଲେ ଦର୍ଶକ

ଚେନ୍ନାଇ: ଖ୍ୟାତନାମା ସଂଗୀତକାର ଏଆର୍ ରହମାନଙ୍କ ଲାଇଭ୍ କନସର୍ଟରେ ବ୍ୟାପକ ଅବ୍ୟବସ୍ଥା ନେଇ ଦର୍ଶକ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି ।

ଗତ ସେପ୍ଟେମ୍ବରର ୧୦ ରବିବାର ଚେନ୍ନାଇରେ ରହମାନଙ୍କ କନସର୍ଟ ବେଳେ ଲୋକଙ୍କୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥିଲା । ଲମ୍ବା ଟ୍ରାଫିକ୍ ଜାମ୍ ଏବଂ ପ୍ରବଳ ଭିଡ଼ ଯୋଗୁଁ ଫାଟକ ବାହାରେ ଠେଲାପେଲା ଓ ଦଳାଚକଟା ପରି ପରିସ୍ଥିତି ସୃଷ୍ଟି ହୋଇଥିଲା । ଟିକେଟ୍ ଥାଇ ମଧ୍ୟ ବହୁ ଫ୍ୟାନ୍ କନସର୍ଟ ଦେଖିବାରୁ ବଞ୍ଚିତ ହୋଇ ଫେରିଥିଲେ । ଭିଡ଼ ଭିତରେ ଅନେକ ମହିଳା ଓ ଛୋଟ ପିଲା ଫସି ଯାଇଥିଲେ । ଏପରିକି ମହିଳାଙ୍କୁ ଅସଦାଚରଣ କରାଯାଇଥିବା ଅଭିଯୋଗ ହୋଇଛି ।

ରହମାନଙ୍କ କନସର୍ଟ ଭେନ୍ୟୁରେ ଅବ୍ୟବସ୍ଥା ନେଇ କ୍ଷୁବ୍ଧ ଦର୍ଶକ ସୋସିଆଲ ମିଡିଆରେ ପ୍ରତିକ୍ରିୟା ରଖିଛନ୍ତି । ସେମାନେ ଏହାର ଭିଡିଓ ମଧ୍ୟ ସେୟାର କରିଛନ୍ତି । କ୍ଷମତା ଠାରୁ ଆୟୋଜକ ଅଧିକ ଟିକେଟ୍ ବିକିଥିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହେଲା ବୋଲି ଲୋକମାନେ ଅଭିଯୋଗ କରିଛନ୍ତି । ସମାଲୋଚନା ମଧ୍ୟରେ ରହମାନ ମୁହଁ ଖୋଲିଛନ୍ତି । ଲୋକଙ୍କୁ ହୋଇଥିବା ଅସୁବିଧା ପାଇଁ ସେ ଦୁଃଖ ପ୍ରକାଶ କରିଛନ୍ତି । ଟ୍ୱିଟ୍ କରି ଯେଉଁମାନେ ଟିକେଟ କିଣି ସୁଦ୍ଧା କନସର୍ଟରେ ପହଞ୍ଚି ପାରିନଥିଲେ, ସେମାନେ ତାଙ୍କ ଟିମ୍ ସହ ଯୋଗାଯୋଗ କରନ୍ତୁ ବୋଲି ଅନୁରୋଧ କରିଛନ୍ତି ।

Exit mobile version