Site icon ଆଜିକାଲି

ଯୁଧୁଷ୍ଠିର ମହାନ୍ତ ଙ୍କୁ ଭବ୍ୟ ଅବସର ସମ୍ବର୍ଦ୍ଧନା

କେନ୍ଦୁଝର, ବାଂଶପାଳ ବ୍ଲକ ବାରାଗଡ ଗ୍ରାମ ପଞ୍ଚାୟତ ଅଧିନସ୍ଥ ସାରିଆ
ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଯୁଧୁଷ୍ଠିର ମହାନ୍ତ ଅବସର ଗ୍ରହଣ କରିଛନ୍ତି। ତାଙ୍କ ଅବସର ପରେ ହାତିଶିଳା ଆଞ୍ଚଳିକ ସାଧନ କେନ୍ଦ୍ର ଏବଂ କୁଣ୍ଢେଇ ଆଞ୍ଚଳିକ ସାଧନ କେନ୍ଦ୍ର ପକ୍ଷରୁ ତାଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ଯୁଧୁଷ୍ଠିର ମହାନ୍ତ ନିଜ ଗ୍ରାମ କାବେରିପଶି ବିଦ୍ୟାଳୟରୁ ଶିକ୍ଷକତା ଆରମ୍ଭ କରିଥିବା ବେଳେ ପରେ ତେଲକୋଇ ବାଲିଯୋଡ଼ି ପ୍ରାଥମିକ ବିଦ୍ୟାଳୟ, ବାଂଶପାଳ ସୁଣ୍ଡୁରା ପ୍ରାଥମିକ ବିଦ୍ୟାଳୟ ସହ ବହୁ ବିଦ୍ୟାଳୟ ରେ ସହକାରୀ ଶିକ୍ଷକ ଭାବେ କାର୍ଯ୍ୟରତ ଥିଲେ। ସେ ତାଙ୍କ ଶିକ୍ଷକତା ବୃତ୍ତି ମଧ୍ୟରେ ଆଦିମ ଜନଜାତି ଜୁଆଙ୍ଗଙ୍କ ପ୍ରାଥମିକ ଶିକ୍ଷା ଉପରେ ବିଶେଷ ଧ୍ୟାନ ଦେଇବ ଉକ୍ତ ସମସ୍ତ ଅଞ୍ଚଳ ରେ ବହୁ ମେଧାବୀ ଛାତ୍ରଛାତ୍ରୀ ଗଢି ତୋଳିଛନ୍ତି । ସିଆରସିସି ଦୁଃଶାସନ ମହାନ୍ତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମ୍ବର୍ଦ୍ଧନା ସଭାରେ ହାତିଶିଳା ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ସତ୍ୟବ୍ରତ ପାତ୍ର, ତଳ ରାଇଡିହା ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଲକ୍ଷ୍ମଣ ବାଙ୍କିରା, ବାରାଗଡ ବିଦ୍ୟାଳୟର ପ୍ରଧାନଶିକ୍ଷକ ହାଡିବନ୍ଧୁ ମହାନ୍ତ ଙ୍କ ସମେତ ବହୁ ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀ ଉପସ୍ଥିତ ରହିଥିଲେ । କୁଣ୍ଢେଇ ସାଧନ କେନ୍ଦ୍ର ତରଫରୁ ଚାଉଳଧୁଆକଂଶ ପ୍ରାଥମିକ ବିଦ୍ୟାଳୟ ଠାରେ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ବଂଶପାଳ ବ୍ଲକ ଶିକ୍ଷାଅଧିକାରୀ ପୂର୍ଣ୍ଣଚନ୍ଦ୍ର ଅମାନ୍ତ, ମୁଖ୍ୟ ବକ୍ତା ଭାବରେ ସହ ବ୍ଲକ ଶିକ୍ଷାଅଧିକାରୀ ନିରଞ୍ଜନ ନାଏକ ଓ ସଂମାନିତ ଅତିଥି ରୂପେ ପୂର୍ବତନ ପ୍ରଧାନ ଶିକ୍ଷକ ରଘୁନାଥ ପାଗଳ, ସୁବାସଚନ୍ଦ୍ର ନାଏକ, କୁଣ୍ଢେଇ ସାଧନ କେନ୍ଦ୍ର ସଂଯୋଜକ ପ୍ରଭାକର ଜେନା,ରାୟଗଡା ସାଧନ କେନ୍ଦ୍ର ସଂଯୋକ ପ୍ରଭାକର ସାହୁ, ଟଣ ସାଧନ କେନ୍ଦ୍ର ସଂଯୋକ ଯାଦବ ଟୁଡୁ, ଧନୁର୍ଯ୍ୟପୁର ବିଦ୍ୟାଳୟ ର କ୍ରୀଡା ଶିକ୍ଷକ ଲକ୍ଷ୍ମଣ ମହାନ୍ତ ଯୋଗଦାନ କରିଥିଲେ । ସଭାପତିତ୍ୱ କରିଥିଲେ ବ୍ରହ୍ମେଶ୍ୱର ସରକାରୀ ଉଚ୍ଚ ବିଦ୍ୟାଳୟ ର ପ୍ରଦାନ ଶିକ୍ଷକ ପ୍ରଦ୍ୟୁମ୍ନ କିଶୋର ନାଏକ। ସଭା ପରିଚାଳନା କରିଥିଲେ ରାମଚନ୍ଦ୍ର ବେହେରା । ପିତାମ୍ବର ଘଣା ଧନ୍ୟବାଦ ଅର୍ପଣ କରିଥିଲେ ।

Exit mobile version