Site icon ଆଜିକାଲି

ଧାନ ବିକ୍ରି ପାଇଁ ମିଳୁନି ଟୋକନ, ଚାଷୀଙ୍କ ଧାରଣା

ସମ୍ୱଲପୁର : ସମ୍ବଲପୁର ଧନକଉଡା ବ୍ଲକ ଚାରପାଲି ବଜାର ପ୍ରାଙ୍ଗଣରେ ଧାନ ଗାଡି ରଖି ତାଲା ମାରି ଧାରଣାରେ ବସିଲେ ଚାଷୀ । ବସନ୍ତପୂର ଗ୍ରାମ ପଞ୍ଚାୟତ ବୁଡି ଅଞ୍ଚଳବାସୀଙ୍କୁ ଧାନ ବିକ୍ରି ପାଇଁ ଟୋକନ ମିଳୁ ନଥିବାରୁ ଗେଟ୍ ସମ୍ମୁଖରେ ତାଲା ପକାଇବା ସହିତ ଧାନ ବିକ୍ରି ବନ୍ଦ କରି ଦେଇଛନ୍ତି ଚାଷୀ ।

ବୁଡି ଅଞ୍ଚଳବାସୀ ପ୍ରତିବର୍ଷ ଧାନ ବିକ୍ରିର ସମସ୍ୟା ଭୋଗୁଥିବାବେଳେ ସମାଧାନ କରୁନି ପ୍ରଶାସନ । ଫଳରେ ଶୁକ୍ରବାର ସକାଳୁ ଧାନ ଗାଡି ଆଣି ଚାଷୀମାନେ ମଣ୍ଡି ପ୍ରାଙ୍ଗଣରେ ଧାରଣା ଦେଇଥିଲେ । ସୂଚନା ଯେ, ହୀରାକୁଦ ଜଳଭଣ୍ଡାର ଦ୍ୱାରା ଅଞ୍ଚଳବାସୀଙ୍କ ଜମି ଅଧିଗ୍ରହଣ ହୋଇଥିବାବେଳେ ଜଳସମ୍ପଦ ବିଭାଗ ସେହି ଜମିକୁ ବ୍ୟବହାର ନକରିବାକୁ ବଂଶାନୁକ୍ରମିକ ଭାବେ ଚାଷ କରି ଆସୁଛନ୍ତି । ହେଲେ ଧାନ ବିକ୍ରିର ସୁଯୋଗ ନମିଳିବାରୁ ଚାଷୀମାନେ ତାତିଥିବାର ଜଣାପଡ଼ିଛି ।

Exit mobile version