Site icon ଆଜିକାଲି

କଳିଙ୍ଗା ଘାଟିରେ ମର୍ମନ୍ତୁଦ ଦୁର୍ଘଟଣା, ଭାରସାମ୍ୟ ହରାଇ ୫୦ ଫୁଟ୍ ତଳକୁ ଖସିଲା ଟ୍ରକ୍

ଜି. ଉଦୟଗିରି : କଳିଙ୍ଗା ଘାଟିରେ ମର୍ମନ୍ତୁଦ ଦୁର୍ଘଟଣା । ଭାରସାମ୍ୟ ହରାଇ ୫୦ ଫୁଟ୍ ତଳକୁ ଖସିଲା ଟ୍ରକ୍ । ତେବେ ଉପସ୍ଥିତ ବୁଦ୍ଧି ଖଟାଇ ଟ୍ରକ ଡ୍ରାଇଭର ତଳକୁ ଡେଇଁ ପଡିବାରୁ ଅଳ୍ପକେ ପାଇଛନ୍ତି ରକ୍ଷା । ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ତାଙ୍କୁ ଘୁ.ଉଦୟଗିରି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା । ଆହତ ଡ୍ରାଇଭର ଜଣଙ୍କ ନମ୍ପି ରାଜନ । ସେ ତାମିଲନାଡୁ ଜିଲ୍ଲାର । ସେପଟେ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ସୂଚନା ଥାଉକି, ଗୁରୁବାର ରାତିରେ ଏକ ଷ୍ଟିଲ ରେଲିଂ ବୋଝେଇ ହୋଇ ଯାଉଥିବା ୧୪ ଚକିଆ ଟ୍ରକ କଳିଙ୍ଗା ଘାଟିରେ ଦୀତ୍ୱିୟ ବଙ୍କିଆରେ ଭାରସାମ୍ୟ ହରାଇ ପ୍ରାୟ ୫୦ ଫୁଟ ତଳକୁ ଖସି ପଢିଥିଲା । ସମ୍ବଲପୁର ଠାରୁ କଇମ୍ବାତୋର ଷ୍ଟିଲ ରେଲିଂ ନେଇଯାଉଥିଲେ । ତେବେ ଆଗ ଚକା ଫାଟି ଯିବା ଦ୍ୱାରା ଗାଡି ୫୦ ଫୁଟ ତଳକୁ ଖସି ଚୁର୍ ମାର୍ ହୋଇଛି ବା ଗାଡି ଖଣ୍ଡ ବିଖଣ୍ଡିତ ହୋଇଛି । ଡ୍ରାଇଭର ଜଣକଙ୍କ ଉପସ୍ଥିତ ବୁଦ୍ଧି ଖଟେଇ ଥିବାରୁ ବଞ୍ଚି ଯାଇଛନ୍ତି । ତାଙ୍କ ଡ଼ାହାଣ ହାତ ବାହୁ ଖଞ୍ଜ ଖସି ଥିବା ବେଳେ ଡାହାଣ ଗୋଡ ମାଡ ହୋଇଥିବା ବେଳେ ବାମ ଗୋଡ ପାଡ ମଧ୍ୟ ମାଡ ହୋଇଥିବା କାର୍ଯ୍ୟରତ ଡାକ୍ତର ଅଶୋକ କୁମାର ପ୍ରଧାନ ପ୍ରକାଶ କରିଛନ୍ତି । ତେବେ ଅଧିକ ଚିକିତ୍ସା ପାଇଁ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରିଥିବା ପ୍ରକାଶ ସୁଚନା ରହିଛି ।

Exit mobile version