Site icon ଆଜିକାଲି

କର୍ଣ୍ଣାଟକରେ ଭୟଙ୍କର ସଡକ ଦୁର୍ଘଟଣା, ୯ ମୃତ

ବେଙ୍ଗାଲୁରୁ : କର୍ଣ୍ଣାଟକ ତୁମାକୁରୁ ଜିଲାରେ ଭୟଙ୍କର ସଡକ ଦୁର୍ଘଟଣା । ଟ୍ରକ ଓ କ୍ରୁଜର ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ଏଠାରେ ୯ ଜଣଙ୍କ ମୃତ୍ୟୁ ହୋଇଛି । ଏଥିରେ ୧୨ ଜଣ ଗୁରୁତର ଆହତ ହୋଇଛନ୍ତି । ଆହତମାନଙ୍କୁ ଜିଲାର ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ବୁଧବାର ବିଳମ୍ବିତ ରାତିରେ ତୁମାକୁରୁ ଜିଲା ଅନ୍ତର୍ଗତ ଶିରା ତାଲୁକା ବଲେନାହାଲ୍ଲି ଗେଟ୍ ନିକଟରେ ଏହି ଅଘଟଣ ଘଟିଥିବା ସୂଚନା ମିଳିଛି । ସମସ୍ତ ମୃତକମାନେ ରାଇଚୁର ଜିଲା ନିବାସୀ ଅଟନ୍ତି ।

ସୂଚନା ଯେ, କ୍ରୁଜରରେ ମୋଟ ୨୦ ଜଣ ଯାତ୍ରୀ ଥିଲେ । ବଲେନହାଲି ଗେଟ ନିକଟରେ ବିପରୀତ ଦିଗରୁ ଆସୁଥିବ ଏକ ଟ୍ରକ ସହ କ୍ରୁଜର ମୁହାଁମୁହିଁ ଧକ୍କା ହୋଇଥିଲା । ଏନେଇ ସ୍ଥାନୀୟ କାଲ୍ଲେମବେଲ୍ଲା ଥାନାରେ ଏକ ଏତଲା ଦାୟର ହୋଇଛି ।

Exit mobile version