Site icon ଆଜିକାଲି

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଜଣେ ମୃତ ଓ ୪ ଗୁରୁତର

ଗୋପ: ପୁରୀ ଜିଲା ଗୋପ-କୋଣାର୍କ ରାସ୍ତାର ପାଟେଳିଆ ଛକ ନିକଟ ଶ୍ରୀକୃଞ୍ଜ ମଣ୍ଡପ ଠାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଏହି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୪ ଜଣ ଗୁରୁତର ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ମୃତକ ହେଲେ ତାମ୍ପଡ଼ା ଗ୍ରାମର ସୁକାନ୍ତ ମଲ୍ଲିକ। ଆହତମାନେ ହେଲେ ଗୋକୁଳ ନାୟକ, ଶ୍ରବଣ କୁମାର ମଣ୍ଡଳ, ଅରବିନ୍ଦ କୁମାର ମଣ୍ଡଳ ଓ ପଙ୍କଜ ମଣ୍ଡଳ।

ଏକ ଇଣ୍ଡିଗୋ ଗାଡ଼ି ସହ ପିକଅପ୍ ଭ୍ୟାନଟି ମୁହାଁମହିଁ ଧକ୍କା ହୋଇ କାର ଉପରେ ଚଢ଼ିଯିବା ଫଳରେ ଘଟଣାସ୍ଥଳରେ କାର ଚାଳକ ମୃତ୍ୟୁ ହୋଇଥିଲା । ତେବେ ୪ଜଣ ଗୁରୁତର ଅବସ୍ଥାରେ ଭୁବନେଶ୍ୱର ଓ କଟକ ବଡ଼ ଡାକ୍ତରଖାନା ସ୍ଥାନାନ୍ତରିତ ହୋଇଥିବା ଜଣାପଡ଼ିଛି । ଘଟଣା ସ୍ଥଳରୁ ପିକ୍‌ଅପ୍ ଚାଳକ ଫେରାର ହୋଇଯାଇଥିବା ସୂଚନା ମିଳିଛି ।

Exit mobile version