Site icon ଆଜିକାଲି

ଟ୍ରକ ଧକ୍କାରେ ବାପ-ପୁଅ ମୃତ

ନୂଆପଡା : ନୂଆପଡା ଚାରିଥାକିଆ ରାସ୍ତା କୁସଦହନା ନିକଟରେ ଦୁର୍ଘଟଣା ଘଟିଛି । ଟ୍ରକ ଧକ୍କାରେ ଦୁଇଜଣଙ୍କ ମୃତ୍ୟୁ ହୋଇଛି । ମୃତକମାନେ ହେଲେ କୋମନା ଥାନା ମିଛାପାଲି ଗାଁର କମଲ ପାଟକିନାରା ଓ ତାଙ୍କ ପୁଅ ।

କମଲ ମିଛାପାଲି କ୍ୟାମ୍ପରେ ସିଆରପିଏଫ ଯବାନ ଥିଲେ । ପୁଅକୁ ଚିକିତ୍ସା କରି ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଛି । ପୁଅକୁ ହସ୍ପିଟାଲରେ ଦେଖାଇ ବାଇକ ଯୋଗେ ଘରକୁ ଫେରୁଥିଲେ । ହେଲେ ହଠାତ୍ ବାଗମୁଣ୍ଡା ଠାରେ ଟ୍ରକ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ବାପ-ପୁଅଙ୍କ ମୃତ୍ୟୁ ହୋଇଥିଲା । ତେବେ ଦୁର୍ଘଟଣା ଘଟାଇବା ପରେ ଟ୍ରକ୍ ଛାଡି ଡ୍ରାଇଭର ଫେରାର ହୋଇଯାଇଥିବା ସୂଚନା ରହିଛି । ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Exit mobile version