Site icon
ଆଜିକାଲି

ପୁତୁରାର ଆକ୍ରମଣରେ ବାପା ଏବଂ ପୁଅ ମୃତ, ଅଭିଯୁକ୍ତ ଫେରାର

ଜଳେଶ୍ୱର : ବାଲେଶ୍ଵର ଜିଲା ରାଇବଣିଆ ଥାନା ଅନ୍ତର୍ଗତ ତୁଳସୀବଣି ଗ୍ରାମରେ ଅଭାବନୀୟ ଘଟଣା। ପୁତୁରାର ଆକ୍ରମଣରେ ବାପ ଏବଂ ପୁଅ ମୃତ।

ସୂଚନା ଯେ, ଗତ ବୁଧବାର ରାତିରେ ତୁଳସିବଣି ଗ୍ରାମର ହାର ବିନ୍ଧାଣୀଙ୍କ ପରିବାର ସହ ତାଙ୍କ ଭାଇଙ୍କର କୌଣସି କଥାକୁ ନେଇ ଝଗଡା ହୋଇ ଥିଲା। ତେବେ ଏହି ଝଗଡା ଧୀରେ ଧୀରେ ଉଗ୍ର ରୂପ ଧାରଣ କରିଥିଲା । ହାର ବିନ୍ଧାଣୀଙ୍କ ପୁତୁରା ପ୍ରଫୁଲ ଏକ ଲୁହାରଡରେ ପ୍ରଥମେ ଆକ୍ରମଣ କରିଥିଲା। ଏହାପରେ ଏକ ଧାରୁଆ କଟୁରୀରେ ହାର ବିନ୍ଧାଣୀ ଏବଂ ତାଙ୍କ ପୁଅ କ୍ରିଷ୍ନା ବିନ୍ଧାଣୀଙ୍କୁ ଆକ୍ରମଣ କରି ଘଟଣା ସ୍ଥଳରୁ ଫେରାର ହୋଇ ଯାଇଥିଲା। ଉଭୟଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ପରିବାର ଲୋକେ ପ୍ରଥମେ ହାତୀଗଡ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଇଥିଲେ । ପରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ବାଲେଶ୍ଵର ହସପିଟାଲକୁ ସ୍ଥାନାନ୍ତର କରା ଯାଇଥିଲା । ସେଠାରେ ଡାକ୍ତର ଉଭୟ ବାପା ଏବଂ ପୁଅ ଚିକିତ୍ସାଧୀନ ଅବସ୍ଥାରେ ମୃତ ଘୋଷଣା କରିଛନ୍ତି। ରାଇବଣିଆ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଛି।

FacebookTwitterLinkedinWhatsapp
Exit mobile version