Site icon ଆଜିକାଲି

ନବ ନିର୍ବାଚିତ ରାଜ୍ୟ ବାର କାଉନସିଲ ସଦସ୍ୟଙ୍କୁ ନବରଙ୍ଗପୁର ଓକିଲ ସଙ୍ଘ ପକ୍ଷରୁ ସମ୍ବର୍ଦ୍ଧନା

ନବରଙ୍ଗପୁର, (ସରୋଜ କୁମାର ବେହେରା) ନବରଙ୍ଗପୁର ଜିଲ୍ଲା ଓକିଲ ସଙ୍ଘ ପକ୍ଷରୁ ଜିଲ୍ଲା କୋର୍ଟ ପରିସରରେ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇ ଯାଇଛି । ଏଥିରେ ନବ ନିର୍ବାଚିତ ଓଡିଶା ରାଜ୍ୟ ବାର କାଉନସିଲ ସଭ୍ୟ ପି. ରମେଶ ପାତ୍ର ଓ ଧନଞ୍ଜୟ ମୁଣ୍ଡଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସଭା ଆରମ୍ଭରେ ଦୁଇ ସଦସ୍ୟ ମହାତ୍ମା ଗାନ୍ଧୀ ଓ ମଧୁସୂଦନ ଦାସଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିବା ପରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା । ନବରଙ୍ଗପୁର ଜିଲ୍ଲା ଓକିଲ ସଙ୍ଘ ସଭାପତି ନରସିଂହ ତ୍ରିପାଠୀ ଏଥିରେ ସଭାପତିତ୍ୱ କରିଥିଲେ । ସମ୍ପାଦକ ତପନ ସିଂ ସ୍ୱାଗତ ଭାଷଣ ଦେଇଥିବା ବେଳେ ଓକିଲ ସଙ୍ଘର ସଦସ୍ୟ ମାନେ ନିଜ ନିଜର ବକ୍ତବ୍ୟ ପ୍ରଦାନ କରି ଓକିଲ ମାନଙ୍କ ବିଭିନ୍ନ ସମସ୍ୟା ଉପରେ ଦୃଷ୍ଟି ଆକର୍ଷଣ କରିଥିଲେ । ରାଜ୍ୟ ଆଇନଜୀବି ପରିଷଦ ସଦସ୍ୟ ପି. ରମେଶ ପାତ୍ର ଓକିଲ ମାନଙ୍କ ସ୍ୱାର୍ଥ ରକ୍ଷା ପ୍ରତି ସେ ପ୍ରତିଜ୍ଞାବଦ୍ଧ ବୋଲି କହିଥିବା ବେଳେ ଧନଞ୍ଜୟ ମୁଣ୍ଡ ଆଗାମୀ ଦିନରେ ଓକିଲ ମାନଙ୍କ ଦାବିକୁ ସେ ପରିଷଦରେ ଉପସ୍ଥାପନ କରିବେ ବୋଲି ପ୍ରତିଶୃତି ଦେଇଥିଲେ । ନବ ନିର୍ବାଚିତ ସଦସ୍ୟ ମାନଙ୍କୁ ବରିଷ୍ଠ ଆଇନଜୀବୀ ଉମା ଶଙ୍କର ତ୍ରିପାଠୀ ଓ ଝାଡେଶ୍ଵର ଖାଡାଙ୍ଗା ଉତରୀୟ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରିଥିଲେ । ଏଥିରେ ନବରଙ୍ଗପୁର ଜିଲ୍ଲା ଓକିଲ ସଙ୍ଘର ଉପ ସଭାପତି ହରିନାରାୟଣ ବେହେରା ,କୋଷାଧକ୍ଷ ଅନିଲ ଦୀନବନ୍ଧୁ, କାର୍ଯ୍ୟକାରିଣୀ ସଦସ୍ୟ ପ୍ରଶାନ୍ତ ପଟ୍ଟନାୟକ, ଦିନେଶ ରାଜ କର୍କରା, ସତୀଶ ନାୟକ ,ବରିଷ୍ଠ ଆଇନଜୀବୀ ସି ଏଚ ବାବା ଯୁଗନ୍ଧର , ବି ବି ପଟ୍ଟନାୟକ , ଶ୍ୟାମ ପ୍ରସାଦ ପଟ୍ଟନାୟକ , ଅରବିନ୍ଦ ପଟ୍ଟନାୟକ , ସୁଧାକର ପଟ୍ଟନାୟକ , ରଘୁନାଥ ପାଢି, ସୁବାଷ ପାଳ, ସମରେଶ ଗନ୍ତାୟତ, ରାମ ପ୍ରସାଦ ପାତ୍ର ,ସୁବୋଧ ବେନିଆ, ସିରାଜ୍ଜୁଦ୍ଦିନ ଅହମ୍ମଦ,ସନ୍ତୋଷ ମିଶ୍ର, ବିଧୁ ଶେଖର ତ୍ରିପାଠୀ, ଦେବୀ ସିଂ, ଗୋପାଳ ପାଣିଗ୍ରାହୀ, ଅନୁପମା ଗନ୍ତାୟତ,ସ୍ନେହଲତା ଦେବୀ , ମିନତୀ ମହାପାତ୍ର , ଜେନିଫର ସୁନା , ମିନାକ୍ଷୀ ପାଢି , ସର୍ମିଷ୍ଠ ରଥ , କିଶୋରୀ ପଟ୍ଟନାୟକ,ପ୍ରୀତି ଚୌଧୁରୀ, ଶ୍ରୀନିବାସ ପାତ୍ର,ପ୍ରମୁଖ ଆଇନଜୀବୀ ମାନେ ଉପସ୍ଥିତ ରହିଥିଲେ ।

Exit mobile version