Site icon ଆଜିକାଲି

ବିଦ୍ୟୁତ ଆଘାତରେ ମାଈ ହାତୀ ମୃତ

ବେତନଟୀ : ରାଜ୍ୟରେ ଥମୁନି ହାତୀ ମୃତ୍ୟୁ ଘଟଣା । ହାତୀ -ମଣିଷ ଲଢେଇ ମଧ୍ୟରେ କେତେବେଳେ ହାତୀର ମୃତ୍ୟୁ ଘଟୁଛି ତ ଆଉ କେତେବେଳେ ମଣିଷ ତାର ବହୁମୂଲ୍ୟ ଜୀବନ ହରାଉଛି। ଏହି ପରିପ୍ରେକ୍ଷୀରେ ବିଦ୍ୟୁତ ଆଘାତରେ ଏକ ମାଈ ହାତୀର ମୃତ୍ୟୁ ହୋଇଛି । ବେତନଟୀ ରେଞ୍ଜ ତଥା ବ୍ଲକ ଅଧୀନ ସଇତପୁର ପଞ୍ଚାୟତର ଜାମଶୂଳି ଗାଁରେ ଗୁରୁବାର ଭୋର ସମୟରେ ଏଭଳି ଘଟଣା ଘଟିଛି।

ସୂଚନା ମୁତାବକ, ବେତନଟୀ ରେଞ୍ଜ ଅଧୀନ ବଡାମପୁର ସେକ୍ସନ ଇଲାକାରେ ୧୧ଟି ବଣୁଆ ହାତୀ ବୁଲୁଥିଲେ। ବେତନଟୀ ବନବିଭାଗ ପକ୍ଷରୁ ରାତି ତମାମ ପେଟ୍ରୋଲିଂ ଚାଲିଥିବା ବେଳେ ଭୋର ସମୟରେ ମୁଖ୍ୟ ଗୋଠରୁ ଅଲଗା ହୋଇ ଏକ ମାଈ ହାତୀ ଜାମଶୂଳି ଠାରେ ଜନବସତି ମୁହାଁ ହୋଇଥିଲା। ଗାଁ ପାଖ ଧାନ ଜମିକୁ ସୁରକ୍ଷା ଦେବାକୁ ବିଛା ହୋଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ମାଈ ହାତୀଟିର ମୃତ୍ୟୁ ଘଟିଛି। ରାମ ହେମ୍ବ୍ରମଙ୍କ ଜମିରେ ମାଈ ହାତୀର ମୃତଦେହ ପଡି ରହିଥିବା ବେଳେ ମୃତ ହାତୀକୁ ଦେଖିବାକୁ ଲୋକଙ୍କ ଗହଳି ଲାଗିଛି। ମୃତ ମାଈ ହାତୀର ଶୁଣ୍ଢରେ ବିଦ୍ୟୁତ ତାର ଅଦ୍ୟାବଧି ଲାଗି ରହିଥିବାର ଦେଖିବାକୁ ମିଳିଛି। ରିପୋର୍ଟ ଲେଖାହେବା ସୁଦ୍ଧା ବନବିଭାଗ ଘଟଣାସ୍ଥଳରେ ପହଞ୍ଚି ନଥିବା ଜଣାଯାଇଛି।

Exit mobile version