Site icon ଆଜିକାଲି

ଭୁବନେଶ୍ୱର-କଟକ ପ୍ରସ୍ତାବିତ ମେଟ୍ରୋ ଟ୍ରେନ ଚଳାଚଳ ପାଇଁ ସଚିବ ସ୍ତରୀୟ କମିଟିର ଫିଲ୍ଡ ଭିଜିଟ

ଭୁବନେଶ୍ୱର : ଭୁବନେଶ୍ୱର ଓ କଟକ ମଧ୍ୟରେ ପ୍ରସ୍ତାବିତ ମେଟ୍ରୋ ଟ୍ରେନ ଚଳାଚଳ ପାଇଁ ଆବଶ୍ୟକ ପ୍ରକ୍ରିୟା ଆରମ୍ଭ ହୋଇଛି । ଏ ନେଇ ଆଜି ଭୋରରେ ଏକ ଫିଲ୍ଡ ରିଭ୍ୟୁ କରାଯାଇଛି । କେଉଁ କେଉଁ ରୁଟ ଦେଇ ଯିବ ମେଟ୍ରୋ ଟ୍ରେନ ଯିବ ସେ ନେଇ ପ୍ରାରମ୍ଭିକ ସମୀକ୍ଷା କରାଯାଇଛି । ଭୁବନେଶ୍ୱର ବିମାନ ବନ୍ଦରରୁ ଆରମ୍ଭ କରି କଟକ ତ୍ରିଶୁଳିଆ ପର୍ଯ୍ୟନ୍ତ କରାଯାଇଛି ରିଭ୍ୟୁ । ସମସ୍ତ ଜାଗା ଦେଖିବା ସହ ପ୍ରସ୍ତୁତ ହୋଇଛି ବ୍ଲୁ ପ୍ରିଣ୍ଟ ।

ବିଜୁ ପଟ୍ଟନାୟକ ବିମାନ ବନ୍ଦରଠାରୁ ଭୁବନେଶ୍ୱର ରେଲୱେ ଷ୍ଟେସନ, ବାଣୀବିହାର, ଜୟଦେବ ବିହାର, ପଟିଆ ଛକ ନନ୍ଦନକାନନ ଓ ତ୍ରିଶୁଳିଆରେ ସମୀକ୍ଷା କରାଯାଇଛି । ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା, ୫-ଟି ସଚିବ ଭି. କାର୍ତ୍ତିକେୟନ ପାଣ୍ଡିଆନ, ଉନ୍ନୟନ କମିଶନର ଅନୁ ଗର୍ଗ, ପରିବହନ ସଚିବ ଉଷା ପାଢ଼ୀ , ଗୃହ ଓ ନଗର ଉନ୍ନୟନ ବିଭାଗର ସଚିବ ଜି ମାଥିଭାଥନମ, ଆଇଟି ପ୍ରମୁଖ ସଚିବ ମନୋଜ ମିଶ୍ର ଓ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ଗ୍ରାଉଣ୍ଡ ଜିରୋକୁ ଯାଇ ସର୍ଭେ କରିଛନ୍ତି। କଟକ ତ୍ରିଶୂଳିଆରେ ପହଞ୍ଚିବା ପରେ କଟକ ଜିଲ୍ଲାପାଳ ଓ ଅନ୍ୟ ଅଧିକାରୀ ରୁଟ ଚାର୍ଟର ନକ୍ସା ଦେଖାଇଥିଲେ। କାମ କିଭଳି ହେବ ଓ କେଉଁ ରୁଟ୍ ଦେଇ କାମ ଚାଲିବ ସେ ନେଇ ବ୍ୟାପକ ଆଲୋଚନା ହୋଇଛି ।

Exit mobile version