Site icon ଆଜିକାଲି

ରାଜ୍ୟର ୧୫ଟି ସହରର ରାତି ତାପମାତ୍ରା ୨୦ ଡିଗ୍ରୀ ତଳେ, ୩୦ ତାରିଖ ଯାଏଁ ପାଇଁ ଶୁଖିଲା

ଭୁବନେଶ୍ବର : ରାଜ୍ୟରେ ଆସନ୍ତା ୩୦ ତାରିଖ ଯାଏଁ ପାଗ ଶୁଖିଲା ରହିବ। ତେବେ ୩୧ ତାରିଖ ବେଳକୁ ଗଜପତି, ରାୟଗଡ଼ା, କୋରାପୁଟ ଓ ମାଲକାନଗିରି ଜିଲ୍ଲାର ଗୋଟିଏରୁ ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି। ଗୁରୁବାର ଦିନ ସାରାରାଜ୍ୟରେ ପାଗ ଶୁଖିଲା ରହିଥିବା ବେଳେ ବାଲେଶ୍ବର ଜିଲ୍ଲାର କିଛି ସ୍ଥାନରେ ସାମାନ୍ୟ ବର୍ଷା ହୋଇଯାଇଛି। ଗୁରୁବାର ରାତିରେ ରାଜ୍ୟର ୧୫ ସହରର ତାପମାତ୍ରା ୨୦ ଡିଗ୍ରୀ ତଳେ ରହିଥିଲା । କୋରାପୁଟରେ ସର୍ବନିମ୍ନ ରାତି ତାପମାତ୍ରା ୧୪.୨ ଡିଗ୍ରୀ ରହିଥିବା ବେଳେ ଦାରିଙ୍ଗବାଡ଼ିରେ ୧୬ ଡିଗ୍ରୀ, ବୌଦ୍ଧ, ସୋନପୁର ଓ ଫୁଲବାଣୀରେ ୧୭ ଡିଗ୍ରୀ ରାତି ତାପମାତ୍ରା ରେକର୍ଡ ହୋଇଥିବା ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି।

ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାରେ ଏବେ ଦିନର ସର୍ବୋଚ୍ଚ ତାପମାତ୍ରା ହ୍ରାସ ପାଇଥିବା ବେଳେ ରାଜ୍ୟର ଅବଶିଷ୍ଟ ସ୍ଥାନରେ ଦିନ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହୋଇନାହିଁ। ଏଥିସହ ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ସ୍ଥାନରେ ଦିନ ତାପମାତ୍ରା ସ୍ବାଭାବିକଠାରୁ ଅଧିକ ରହିଛି। କିନ୍ତୁ ରାତିର ସର୍ବନିମ୍ନ ତାପମାତ୍ରାରେ ଏଯାଏ ବିଶେ‌ଷ ପରିବର୍ତ୍ତନ ହୋଇନାହିଁ। ଆଜି ରାଜଧାନୀ ଭୁବନେଶ୍ବର ଓ ଏହାର ଆଖପାଖ ଅଞ୍ଚଳର ପାଗ ଆଂଶିକ ମେଘୁଆ ରହିବ ।

FacebookTwitterLinkedinWhatsapp
Exit mobile version