Site icon ଆଜିକାଲି

ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ, ଜଳିଗଲା ଲୁଗା ଦୋକାନ

ଭଦ୍ରକ : ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ । ଅଗ୍ନିକାଣ୍ଡରେ ଜଳିଗଲା ଲୁଗା ଦୋକାନ । ଖବରପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ ପାଇଁ ଉଦ୍ୟମ ଜାରି ରଖିଛି । ସର୍ଟସର୍କିଟ ଲାଗି ଅଗ୍ନିକାଣ୍ଡ ଘଟିଥିବା ଜଣାପଡିଛି ।

ସୂଚନା ଯେ, ଗୁରୁବାର ଭୋର ସମୟରେ ଭଦ୍ରକ ସହର ସ୍ଥିତ ଥାନା ଛକ ନିକଟରେ ଥିବା ସୁଭଦ୍ରା ଲୁଗା ଦୋକାନରେ ନିଆଁ ଲାଗିଯାଇଥିଲା । ନିଆଁ ଲାଗିଯିବାରୁ ଦୋକାନ ଭିତରେ ଗଚ୍ଛିତ ଥିବା ସାମଗ୍ରୀ ଜଳି ଯାଇଥିଲା । ଅଗ୍ନିଶମ କର୍ମଚାରୀ ସଠିକ୍‌ ସମୟରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିବାରୁ ଏକ ବଡ଼ ଧରଣର ଅଗ୍ନିକାଣ୍ଡରୁ ବର୍ତ୍ତିଯାଇଥିଲା ।

Exit mobile version