Site icon ଆଜିକାଲି

ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ, ଜଳିଗଲା ୪ ବଖରା ଘର

ବ୍ରହ୍ମପୁର : ଗଞ୍ଜାମ ଜିଲା ଜଗନ୍ନାଥ ପ୍ରସାଦ ବ୍ଲକ ଚାମୁଣ୍ଡା ଗାଁରେ ଅଗ୍ନିକାଣ୍ଡ । ଅଗ୍ନିକାଣ୍ଡ ଯୋଗୁଁ ୪ ବଖରା ଘର ପୋଡି ପାଉଁଶ। ଖବରପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଅଁ ଲିଭା କାର୍ଯ୍ୟ ଜାରି ରଖିଛି ।

ସୂଚନା ଯେ, ଚାମୁଣ୍ଡା ଗାଁର ବୁଲୁ ଗୌଡ, ତ୍ରିନାଥ ବେହେରା, କାହ୍ନୁ ଜେନା ଏବଂ ଧୋବା ଜେନାଙ୍କ ଘରେ ନିଆଁ ଲାଗିଯାଇଥିଲା । ଯାହାଫଳରେ ୪ ପରିବାରଙ୍କ ଘର ପୋଡି ପାଉଁଶ ହୋଇଯାଇଛି । ଏପିରିକି ଉତ୍ପାଦିତ ହୋଇଥିବା ଧାନ, ମୁଗ ସହ ଅନ୍ୟାନ୍ୟ ଶସ୍ୟ ମଧ୍ୟ ପୋଡି ନଷ୍ଟ ହୋଇଯାଇଛି । ସେପଟେ ନିଆଁ ଲାଗିଥିବା ନେଇ ସ୍ଥାନୀୟ ଅଗ୍ନିଶମ ବାହିନୀକୁ ଖବର ଦିଆଯାଇଥିଲା । ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିଲା ବେଳକୁ ସବୁ କିଛି ଜଳିପୋଡି ପାଉଁଶ ହୋଇଯାଇଥିଲା । ତେବେ ସର୍ଟ ସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିବା ନେଇ ଅଗ୍ନିଶମ ବିଭାଗ କର୍ମଚାରୀ ଅନୁମାନ କରିଛନ୍ତି ।

Exit mobile version