Site icon ଆଜିକାଲି

ପୁରୀ ଷ୍ଟେସନ୍‌ର ଅଳିଆଗଦାରେ ଅଗ୍ନିକାଣ୍ଡ

ପୁରୀ : ପୁରୀରେ ପିଛା ଛାଡ଼ୁନି ଅଗ୍ନିକାଣ୍ଡ । ଗତ ବୁଧବାର ମରିଚୀକୋଟ ଛକ ଲକ୍ଷ୍ମୀ ମାର୍କେଟ କମ୍ପ୍ଲେକ୍ସରେ ନିଆଁ ଲାଗିଥିବା ବେଳେ ଗତ ଶୁକ୍ରବାର ସନ୍ଧ୍ୟାରେ ନୀଳାଦ୍ରି କମ୍ପ୍ଲେକ୍ସର ଏକ ହ୍ୟାଣ୍ଡଲୁମ୍‌ ସୋ’ରୁମ୍‌ରେ ନିଆଁ ଲାଗିଯାଇଥିଲା। ଆଉ ଏବେ ପୁରୀ ରେଳ ଷ୍ଟେସନର ୧ ନମ୍ବର ପ୍ଲାଟଫର୍ମରେ ଅଗ୍ନିକାଣ୍ଡ ଘଟିଛି । ଖବରପାଇ ଘଟଣାସ୍ଥଳରେ ଆର୍‌ପିଏଫ୍‌ ଓ ଡିଆର୍‌ପି ପୋଲିସର ତଦନ୍ତ ଆରମ୍ଭ ।

ସୂଚନା ଯେ, ଆଜି ପୁରୀ ରେଳ ଷ୍ଟେସନର ୧ ନମ୍ବର ପ୍ଲାଟଫର୍ମରେ ଥିବା ଅଳିଆ ଗଦାରେ ନିଆଁ ଲାଗିଛି । ଯାହାଫଳରେ ଅଳିଆ ଗଦା ହୁତୁ ହୁତୁ ହୋଇ ଜଳୁଛି । ସେପଟେ ନିଆଁ ଲିଭାଇବା ପାଇଁ ଅଗ୍ନିଶମ ବାହିନୀ ଉଦ୍ୟମ ଜାରି ରଖିଛି ।

Exit mobile version