Site icon ଆଜିକାଲି

ସବ ରେଜିଷ୍ଟ୍ରାର ଅଫିସରେ ଅଗ୍ନିକାଣ୍ଡ, ୨ ଆହତ

କଟକ : କଟକ ଜିଲା ନିବନ୍ଧନ କାର୍ଯ୍ୟାଳୟ ନିକଟରେ ଥିବା ସବ-ରେଜିଷ୍ଟ୍ରାର ଅଫିସରେ ଅଗ୍ନିକାଣ୍ଡ । ସବ-ରେଜିଷ୍ଟ୍ରାର ଅଫିସ ରେକର୍ଡ ରୁମ୍‌ରେ ନିଆଁ । ନିଆଁରେ ହୁତୁହୁତୁ ହୋଇ ଜଳିଯାଇଛି ଆସବାବପତ୍ର । ଖବରପାଇ ୩ଟି ଦମକଳ ବାହିନୀ ପହଞ୍ଚି ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ଅଛନ୍ତି ।

ଏହି ନିଆଁ ଲାଗି ୨ଜଣ ଆହତ ହୋଇଛନ୍ତି। ସେମାନଙ୍କୁ ଉଦ୍ଧାର କରାଯାଇ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେଠାରେ ଥିବା ଗାଡ଼ି ମଧ୍ୟ ନିଆଁରେ ଜଳି ଯାଇଛି। କେଉଁ କାରଣରୁ ନିଆଁ ଲାଗିଲା ତାର କାରଣ ଜଣାପଡ଼ି ନାହିଁ। ସର୍ଟ ସର୍କିଟରୁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି। ସେପଟେ ଘଟଣାସ୍ଥଳରେ ପହଞ୍ଚିଛନ୍ତି ପୋଲିସ ଓ ଅଗ୍ନିଶମବାହିନୀର ବରିଷ୍ଠ ଅଧିକାରୀ ।

Exit mobile version