Site icon ଆଜିକାଲି

ଚଳନ୍ତା ଟ୍ରକ୍‌ରେ ନିଆଁ, ଜଳିଗଲା ୩୦ ଟନ୍ ଡାଲି

କଟକ : କଟକ ଜିଲ୍ଲା ଅଡ଼ଶପୁର-ନିଆଳି ରାସ୍ତାର ଅମଣାକୁଦ ଛକରେ ଅଘଟଣ । ଚଳନ୍ତା ଟ୍ରକ୍‌ରେ ହଠାତ୍ ଲାଗିଗଲା ନିଆଁ। ପୋଡ଼ି ପାଉଁଶ ହୋଇଗଲା ୩୦ ଟନ୍‌ ଡାଲି। ‌ସୌଭାଗ୍ୟ ବଶଃତ ଟ୍ରକ୍‌ ଡ୍ରାଇଭରର କିଛି ହୋଇନାହିଁ।

ସୂଚନା ଯେ, ମଙ୍ଗଳବାର ଭୋର ପ୍ରାୟ ୪ଟା ସମୟରେ ଟ୍ରକ୍‌ଟି ରାୟପୁରରୁ ଡାଲି ବୋଝେଇ କରି କୋଣାର୍କ ଅଭିମୁଖେ ଯାଉଥିଲା। ଅମଣାକୁଦ ଛକରେ ଟ୍ରକରେ ନିଆଁ ଲାଗିଯାଇଥିବା ଡ୍ରାଇଭର ହଠାତ୍ ଜାଣି ପାରିଥିଲେ। ସଙ୍ଗେସଙ୍ଗେ ଦମକଳ ବାହିନୀକୁ ଖବର ଦେଇଥିଲେ। ଅଗ୍ନିଶମ ବାହିନୀ ପହଞ୍ଚି ବେଳକୁ ଟ୍ରକ୍‌ଟି ରାସ୍ତାରେ ଉପରେ ହୁତୁହୁତୁ ହୋଇ ଜଳୁଥିଲା। ସେଥିରେ ଥିବା ଡାଲି ମଧ୍ୟ ଜଳିପୋଡ଼ି ପାଉଁଶ ହୋଇଯାଇଥିଲା। କିଛି ଘଣ୍ଟାର ପରିଶ୍ରମ ପରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ତେବେ ଟ୍ରକ୍‌ରେ କେଉଁ କାରଣ ପାଇଁ ନିଆଁ ଲାଗିଲା ତାହା ଜଣାପଡ଼ିନାହିଁ। ସର୍ଟସର୍କିଟରୁ ଟ୍ରକରେ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି।

Exit mobile version