Site icon ଆଜିକାଲି

ଅଗ୍ନିଶମ କର୍ମଚାରୀଙ୍କ ଆନ୍ଦୋଳନ ପ୍ରତ୍ୟାହୃତ

ଭୁବନେଶ୍ୱର : ଆନ୍ଦୋଳନରୁ ଓହରିଲେ ଅଗ୍ନିଶମ କର୍ମଚାରୀ । ଦୁଇ ଦଫା ଦାବି ନେଇ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଥିବା ଅଗ୍ନିଶମ କର୍ମଚାରୀ ଆଜିଠାରୁ କାର୍ଯ୍ୟରେ ଯୋଗଦେଉଛନ୍ତି । ଆନ୍ଦୋଳନ ପ୍ରତ୍ୟାହୃତ ନେଇ ସୂଚନା ଦେଲେ ମୁଖ୍ୟ ଆଗ୍ନିକ ଅକ୍ଷୟ ପ୍ରଧାନ । ରାଜ୍ୟରେ ଏସମା ଓ ବାଧ୍ୟତାମୂଳକ ଅବସର ଚେତାବନୀ ପାଇଁ ଆନ୍ଦୋଳନରୁ ଓହରଛନ୍ତି । ପୋଲିସ ବିଭାଗ ସହ ସମାନ ଦରମା ଓ ପଞ୍ଜୀକରଣ ଦାବିରେ ଆନ୍ଦୋଳନ କରୁଥିବା ଅଗ୍ନିଶମ କର୍ମଚାରୀ, ହାବିଲଦାରଙ୍କ ଆନ୍ଦୋଳନ ସ୍ଥଗିତ ରହିଛି ।

ଅଗ୍ନିଶମ କର୍ମଚାରୀଙ୍କ ଆନ୍ଦୋଳନ ପରେ ୨୧ ତାରିଖରେ ଏସମା ଲାଗୁ ହୋଇଥିଲା। ଏନେଇ ଅକ୍ଷୟ ପ୍ରଧାନଙ୍କୁ ଚାକିରିରୁ ଅବସର ଦିଆଯାଇଥିଲା ।

Exit mobile version