Site icon ଆଜିକାଲି

ଫିରିଙ୍ଗିଆ ଥାନା ପୋଡି ମାମଲା : ୧୯ ଗିରଫ, ୫୦ରୁ ଅଧିକ ଲୋକଙ୍କ ନାଁରେ ମାମଲା

ଫୁଲବାଣୀ : କନ୍ଧମାଳ ଜିଲା ଫିରିଙ୍ଗିଆରେ ଥାନା ପୋଡି ଓ ଭଙ୍ଗାରୁଜା ଘଟଣାରେ ଏ ପର୍ଯ୍ୟନ୍ତ ୧୯ ଜଣଙ୍କୁ ଗିରଫ କରାଯାଇଛି। ୫୦ରୁ ଅଧିକ ଲୋକଙ୍କ ନାଁରେ ମାମଲା ରୁଜୁ ହୋଇଛି ।

ଫିରିଙ୍ଗିଆ ଥାନା ପୋଲିସର ଗଞ୍ଜେଇ କାରବାରକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ଲାଗି ରହିଥିବା ବେଳେ ପୋଲିସ ଥାନା ପୋଡି ଓ ଭଙ୍ଗାରୁଜାରେ ସଂପୃକ୍ତ ଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଜୋରଦାର ପ୍ରୟାସ ଜାରି ରଖିଛି । ଗଞ୍ଜେଇ ଚାଲାଣ ଅଭିଯୋଗ ଥିବା ଦୁଇ ହୋମଗାର୍ଡଙ୍କୁ କାର୍ଯ୍ୟରୁ ଅନ୍ତର କରିବା ସହ ଥାନା ଆଇଆଇସିଙ୍କୁ ମଧ୍ୟ ବଦଳି କରାଯାଇଛି । ଫିରିଙ୍ଗିଆ ଥାନାର ନୂଆ ଆଇଆଇସି ଭାବେ ରମେଶ କୁମାର ପ୍ରଧାନ ଯୋଗ ଦେଇଛନ୍ତି।

Exit mobile version