Site icon ଆଜିକାଲି

ମାର୍ଚ୍ଚରୁ ହିରାଖଣ୍ଡ ଓ ପୁରୀ-ଦୁର୍ଗ ଏକ୍ସପ୍ରେସରେ ପ୍ରଥମ ଶ୍ରେଣୀ ଏସି କୋଚ୍ ସେବା

ଭୁବନେଶ୍ୱର : ପୁରୀ-ଦୁର୍ଗ-ପୁରୀ ଏକ୍ସପ୍ରେସ ଏବଂ ଭୁବନେଶ୍ୱର-ଜଗଦଳପୁର-ଭୁବନେଶ୍ୱର ହିରାଖଣ୍ଡ ଏକ୍ସପ୍ରେସରେ ୨୦୨୩ ମାର୍ଚ୍ଚ ମାସ ପ୍ରଥମ ସପ୍ତାହ ଠାରୁ ଏସି ପ୍ରଥମ ଶ୍ରେଣୀ ସେବା ଯୋଗାଇବାକୁ ନିଷ୍ପତି ନିଆଯାଇଛି । ଉପରୋକ୍ତ ଟ୍ରେନରେ ଏସି ପ୍ରଥମ ଶ୍ରେଣୀ କୋଚ ସେବାର ବୃଦ୍ଧି ଉତର ଆନ୍ଧ୍ର ପ୍ରଦେଶ ସହିତ ଦକ୍ଷିଣ ଏବଂ ପଶ୍ଚିମ ଓଡିଶାର ଯାତ୍ରୀମାନଙ୍କୁ ଆରାମଦାୟକ ଯାତ୍ରା ପ୍ରଦାନ କରାଇବ ।

ୱାଲଟିୟର, ସମ୍ବଲପୁର ଏବଂ ଖୋର୍ଦ୍ଧା ରୋଡରେ ସାଂସଦମାନଙ୍କର ବିଭାଗୀୟ କମିଟି ବୈଠକରେ ସାଂସଦ ମାନେ ଉପରୋକ୍ତ ଟ୍ରେନରେ ପ୍ରଥମ ଶ୍ରେଣୀ ଏସି ସେବା ଯୋଗାଇବାକୁ ଦାବି କରିଥିଲେ । ଏହି ଦାବିକୁ ଧ୍ୟାନ ଦେବା ସହିତ ଜନସାଧାରଣ, ବିଶେଷକରି ଯାତ୍ରୀମାନଙ୍କର ଚାହିଦା ଏବଂ ଆକାଂକ୍ଷାକୁ ଦୃଷ୍ଟିରେ ରଖି ପୂର୍ବ ତଟ ରେଳପଥ ଉପରୋକ୍ତ ଟ୍ରେନରେ ପ୍ରଥମ ଶ୍ରେଣୀ ଏସି ସେବା ଯୋଗାଇବାକୁ ନିଷ୍ପତି ନେଇଛି ।

୧୮୪୨୫/୧୮୪୨୬ ପୁରୀ-ଦୁର୍ଗ-ପୁରୀ ଏକ୍ସପ୍ରେସ ପୁରୀ ଠାରୁ ୩ ମାର୍ଚ୍ଚ ୨୦୨୩ ରୁ ଏବଂ ଦୁର୍ଗରୁ ୪ ମାର୍ଚ୍ଚ, ୨୦୨୩ ଠାରୁ ବର୍ତମାନ ପ୍ରଚଳିତ ଉଭୟ ପ୍ରଥମ ଏବଂ ଦ୍ୱିତୀୟ ଏସିର ଯୌଥ କୋଚ୍ ବଦଳାଇ ଏକ ଏସି ପ୍ରଥମ ଶ୍ରେଣୀ କୋଚ୍ ସଂଯୋଗ କରାଯିବ ।

୧୮୪୪୭/୧୮୪୪୮ ଭୁବନେଶ୍ୱର-ଜଗଦଳପୁର-ଭୁବନେଶ୍ୱର ହିରାଖଣ୍ଡ ଏକ୍ସପ୍ରେସ ୭ ମାର୍ଚ୍ଚ ୨୦୨୩ ଠାରୁ ଭୁବନେଶ୍ୱରରୁ ଏବଂ ୮ ମାର୍ଚ୍ଚ, ୨୦୨୩ ଠାରୁ ଜଗଦଳପୁରରୁ ଏହାର ନିୟମିତ କୋଚ ସହିତ ଏକ ଏସି ପ୍ରଥମ ଶ୍ରେଣୀ କୋଚ୍ ସହିତ ଚଳାଚଳ କରିବ ।

Exit mobile version