Site icon ଆଜିକାଲି

ପୁରୀ ରଥଯାତ୍ରା ନେଇ ଆଜି ପ୍ରଥମ ସମନ୍ୱୟ କମିଟି ବୈଠକ

ପୁରୀ : ଆଜି ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ନେଇ ପ୍ରଥମ ସମନ୍ବୟ କମିଟି ବୈଠକ ବସିବ । ପୁରୀସ୍ଥିତ ଟାଉନ ହଲରେ କେନ୍ଦ୍ରାଞ୍ଚଳ ଆରଡିସିଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିବ। ଏଥିରେ ପୁରୀ ଜିଲ୍ଲାପାଳ, ଏସପି, ବିଭିନ୍ନ ବିଭାଗର ଅଧିକାରୀ, ସେବାୟତ ପ୍ରତିନିଧି ଉପସ୍ଥିତ ରହିବେ ।

ଚଳିତ ବର୍ଷ ରଥଯାତ୍ରା କିଭଳି ଶାନ୍ତି ଶୃଙ୍ଖଳାରେ ଆୟୋଜନ ହେବ ସେନେଇ ବୈଠକରେ ଆଲୋଚନା କରାଯିବ । ଲକ୍ଷାଧିକ ଭକ୍ତଙ୍କ ସମାଗମ ପାଇଁ ପାନୀୟ ଜଳ, ଲାଇଟ ବ୍ୟବସ୍ଥା, ରାସ୍ତା ଘାଟ ମରାମତି, ଡ୍ରେନେଜ ନିର୍ମାଣ, ସୁରକ୍ଷା ବ୍ୟବସ୍ଥା ଭଳି ବିଭିନ୍ନ ପ୍ରସଙ୍ଗକୁ ନେଇ ଅଧିକାରୀଙ୍କ ସହ ଆଲୋଚନା କରାଯିବ । ଅନ୍ୟପଟେ ପୋଲିସ ପ୍ରଶାସନ ପକ୍ଷରୁ ମଧ୍ୟ ରଥଯାତ୍ରା ପାଇଁ ପ୍ରାରମ୍ଭିକ ପ୍ରସ୍ତୁତି ଆରମ୍ଭ ହୋଇଛି । ଆସନ୍ତା ୨୩ ତାରିଖରେ ଅକ୍ଷୟ ତୃତୀୟା ଦିନ ରଥ ନିର୍ମାଣ ଶୁଭାରମ୍ଭ ହେବ । ବିଶ୍ଵକର୍ମା ମହାରଣାମାନେ ପାରମ୍ପରିକ ପୂଜାର୍ଚ୍ଚନା କରି ତିନି ରଥର ନିର୍ମାଣ କାର୍ଯ୍ୟ ଆରମ୍ଭ କରିବେ । ସେହିପରି ଜୁନ ୪ ତାରିଖରେ ସ୍ନାନ ପୂର୍ଣ୍ଣିମା ଥିବାବେଳେ ଜୁନ ୨୦ ତାରିଖରେ ରଥଯାତ୍ରା ହେବ । ସେହିଭଳି ଜୁନ ୨୮ ତାରିଖରେ ବାହୁଡ଼ା ଯାତ୍ରା ସହ ୨୯ ତାରିଖରେ ସୁନାବେଶ ଏବଂ ଜୁଲାଇ ୧ରେ ନିଳାଦ୍ରୀ ବିଜେ ନୀତି ଅନୁଷ୍ଠିତ ହେବ ।

Exit mobile version