Site icon ଆଜିକାଲି

ଓଡ଼ିଶାରେ ପ୍ରଥମ : କଟକ ଏସସିବିରେ ଏକମୋ ସପୋର୍ଟରେ ଅସ୍ତ୍ରୋପଚାର

କଟକ : ଓଡ଼ିଶାରେ ପ୍ରଥମ । କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ (ଏସସିବି)ରେ ବିରଳ ଅସ୍ତ୍ରୋପଚାର। ଏକ୍‌ମୋ ସପୋର୍ଟରେ ପ୍ରଥମ ଥର ପାଇଁ ଅସ୍ତ୍ରୋପଚାର କରାଯାଇଛି । ଦେବଗଡ଼ର ଜଣେ ୨୧ ବର୍ଷୀୟ ଯୁବକଙ୍କ ଶ୍ବାସନଳୀରୁ ଅସ୍ତ୍ରୋପଚାର କରାଯାଇ ଟ୍ୟୁମର ବାହାର କରାଯାଇଛି । ଶ୍ବାସନଳୀରେ ଟ୍ୟୁମର ଥିବାରୁ ରୋଗୀଙ୍କୁ ନିଶ୍ଚେତକ ଦେବା ସମ୍ଭବ ନଥିଲା । ତେଣୁ ଏକ୍‌ମୋ ମେସିନ ସହାୟତାରେ ଯୁବକଙ୍କ ଶ୍ୱାସନଳୀରୁ ଟ୍ୟୁମର ବାହାର କରାଯାଇଥିଲା । ଏକମୋ ସପୋର୍ଟ ଅପରେସନ ରାଜ୍ୟରେ ପ୍ରଥମ ବୋଲି କୁହାଯାଉଛି ।

Exit mobile version