Site icon ଆଜିକାଲି

ରାଜ୍ୟରେ ପ୍ରଥମ, ୫-ଟି ରୂପାନ୍ତରିତ ସ୍କୁଲରେ ଖୋଲିଲା ଭର୍ଚୁଆଲ ରିଆଲିଟି ଲ୍ୟାବ

ଫୁଲବାଣୀ: ରାଜ୍ୟ ସରକାର ୫- ଟି ଅଧୀନରେ ରାଜ୍ୟର ମାଧ୍ୟମିକ ସ୍କୁଲ ଗୁଡ଼ିକର ରୂପାନ୍ତରଣ କରିଛନ୍ତି। ତେବେ କନ୍ଧମାଳ ଜିଲାରେ ଏହି ପରିପ୍ରେକ୍ଷୀରେ ସାମାନ୍ୟ ଭିନ୍ନ ତଥା ନିଆରା କରାଯାଇଛି। ଫୁଲବାଣୀ ଏଜେଓ ହାଇସ୍କୁଲ ଠାରେ ଖୋଲାଯାଇଛି ଭର୍ଚୁଆଲ ରିଆଲିଟୀ ଲ୍ୟାବ । ଯାହାକି ରାଜ୍ୟରେ ପ୍ରଥମ। ରାଜ୍ୟ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ଏହି ଲ୍ୟାବକୁ ଉଦ୍ଘାଟନ କରିବା ସହିତ ଜିଲାପାଳ ଆଶିଷ ଈଶ୍ୱର ପାଟିଲଙ୍କୁ ଏହି ଅଭିନବ ପ୍ରୟାସ ପାଇଁ ପ୍ରଶଂସା କରିଛନ୍ତି।

ଏପରି ବ୍ୟବସ୍ଥା ରାଜ୍ୟର ସବୁ ରୂପାନ୍ତରିତ ସ୍କୁଲରେ ପ୍ରୟୋଗ କରିବାକୁ ଚିନ୍ତା କରାଯିବ ବୋଲି କହିଛନ୍ତି ମନ୍ତ୍ରୀ ଶ୍ରୀ ଦାସ। ଏହା ଭିନ୍ନ ମାଓ ପ୍ରଭାବିତ ଅଞ୍ଚଳରେ ଶିକ୍ଷକ ମାନଙ୍କ ସୁବିଧା ଓ ରହଣି ପାଇଁ ଟିଚର୍ ବାରାକ ନିର୍ମାଣ ପାଇଁ ପାଇଲଟ୍ ପ୍ରୋଜେକ୍ଟ ଭାବେ ସ୍ୱାଭିମାନ ଅଞ୍ଚଳରେ କାମ ଚାଲିଛି ।

Exit mobile version