Site icon ଆଜିକାଲି

ରାଜ୍ୟରେ ପ୍ରଥମ : କ୍ୟାପିଟାଲ ହସ୍ପିଟାଲରେ ହେବ ନାର୍କୋ ଆନାଲିସିସ ଟେଷ୍ଟ

ଭୁବନେଶ୍ୱର : ଏଣିକି ଓଡ଼ିଶାରେ ବି ଅଭିଯୁକ୍ତମାନଙ୍କର ହେବ ନାର୍କୋ ଆନାଲିସିସ ଟେଷ୍ଟ । ରାଜଧାନୀ ଭୁବନେଶ୍ୱରରେ ବି ଏହି ବ୍ୟବସ୍ଥା ଉପଲବ୍ଧ ହେବ । ଭୁବନେଶ୍ୱରର କ୍ୟାପିଟାଲ ହସ୍ପିଟାଲରେ ନାର୍କୋ ଆନାଲିସିସ ଟେଷ୍ଟ କରାଯିବ। ଆସନ୍ତା ମାସରୁ ଏହି ବ୍ୟବସ୍ଥା ଆରମ୍ଭ ହେବ ବୋଲି ସୂଚନା ଦେଇଛନ୍ତି କ୍ୟାପିଟାଲ୍ ହସ୍ପିଟାଲ୍ ନିର୍ଦ୍ଦେଶକ ଡାକ୍ତର ଲକ୍ଷ୍ମୀଧର ସାହୁ। କ୍ୟାପିଟାଲ୍ ହସ୍ପିଟାଲ୍ ନିର୍ଦ୍ଦେଶକଙ୍କ ସୂଚନା ଅନୁସାରେ, କ୍ୟାପିଟାଲ ହସ୍ପିଟାଲ ଓଟିରେ କରାଯିବ ନାର୍କୋ ଆନାଲିସିସ ଟେଷ୍ଟ ହେବ । ଏଥିଲାଗି ରାଜ୍ୟ ଫରେନସିକ୍ ଲ୍ୟାବକୁ ଆବଶ୍ୟକ ଉପକରଣ ଆସି ସାରିଥିବା ଡାକ୍ତର ଲକ୍ଷ୍ମୀଧର ସାହୁ ସୂଚନା ଦେଇଛନ୍ତି।

ଷ୍ଟେଟ ଫରେନ୍ସିକ୍ ଲ୍ୟାବ ସହ ଗତକାଲି କ୍ୟାପିଟାଲ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ବୈଠକ ହୋଇଥିଲା। ବୈଠକ ପରେ କ୍ୟାପିଟାଲ ହସ୍ପିଟାଲ ଆନାସ୍ଥେସିଆ ଓ ମାନସିକ ରୋଗ ବିଶେଷଜ୍ଞଙ୍କ ଏବେ ପ୍ରଶିକ୍ଷଣ ଚାଲିଛି। କ୍ୟାପିଟାଲ ହସ୍ପିଟାଲ ଓଟିରେ ନିଶା ଇଞ୍ଜେକସନ ପ୍ରୟୋଗ କରାଯିବା ସହ ଟେଷ୍ଟ କରାଯିବ।

Exit mobile version