ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ତୃତୀୟ କାର୍ଯ୍ୟକାଳର ପ୍ରଥମ ମନ୍ କି ବାତ୍ ରେଡିଓ କାର୍ଯ୍ୟକ୍ରମ ରବିବାର ପୁଣି ଆରମ୍ଭ ହୋଇଛି। ଏହା ହେଉଛି ପ୍ରଧାନମନ୍ତ୍ରୀ ମୋଦୀଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ, ଯେଉଁଥିରେ ପ୍ରଧାନମନ୍ତ୍ରୀ ଦେଶର ଲୋକଙ୍କ ସହ ଗୁରୁତ୍ୱପୂର୍ଣ୍ଣ ଜାତୀୟ ପ୍ରସଙ୍ଗ ଉପରେ ଆଲୋଚନା କରିଥାନ୍ତି।
ଆଜିର ମନ କି ବାତର ୧୧୧ତମ ସଂସ୍କରଣରେ ଶ୍ରୀ ମୋଦୀ ସଦ୍ୟ ସମାପ୍ତ ନିର୍ବାଚନ ସମ୍ପର୍କରେ କହିଛନ୍ତି। ସେ କହିଛନ୍ତି, ଦେଶବାସୀ ସମ୍ବିଧାନ ଏବଂ ଦେଶର ଗଣତାନ୍ତ୍ରିକ ବ୍ୟବସ୍ଥା ଉପରେ ଅତୁଟ ବିଶ୍ୱାସ ଓ ଭରସା ଦେଖାଇଛନ୍ତି। ଶ୍ରୀ ମୋଦୀ କହିଛନ୍ତି, ୨୦୨୪ର ନିର୍ବାଚନ ବିଶ୍ୱର ସବୁଠାରୁ ବଡ଼ ନିର୍ବାଚନ। ବିଶ୍ୱର କୌଣସି ଦେଶରେ ଏଭଳି ନିର୍ବାଚନ ହୋଇନଥିବ ଯେଉଁଥିରେ ୬୫ କୋଟି ଭୋଟର ମତଦାନ ସାମିଲ ହୋଇଥିବେ। ଶ୍ରୀ ମୋଦୀ ନିର୍ବାଚନର ସଫଳତା ପାଇଁ ଦେଶବାସୀଙ୍କୁ କୃତଜ୍ଞତା ଜଣାଇବା ସହ ନିର୍ବାଚନ ଆୟୋଗଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ମଧ୍ୟ ପ୍ରଶଂସା କରିଛନ୍ତି।