Site icon ଆଜିକାଲି

ଫିକ୍କିର ପ୍ରଥମ ଓଡ଼ିଆ ସଭାପତି ଭାବେ ଦାୟିତ୍ଵ ନେଲେ ଶୁଭ୍ରକାନ୍ତ ପଣ୍ଡା

ଭୁବନେଶ୍ୱର : ଶୁଭ୍ରକାନ୍ତ ପଣ୍ଡା ଫେଡ଼େରେସନ୍ ଅଫ୍ ଇଣ୍ଡିଆନ ଚାମ୍ବର ଅଫ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି – ଫିକ୍କିର ସଭାପତି ଭାବେ ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି । ପ୍ରଥମ ଥର ପାଇଁ ଜଣେ ଓଡ଼ିଆ ଶିଳ୍ପପତି ଫିକ୍କିର ସଭାପତି ହୋଇଛନ୍ତି ।

ଶୁଭ୍ରକାନ୍ତ ପୂର୍ବରୁ ଫିକ୍କିର ବରିଷ୍ଠ ଉପସଭାପତି ଓ ଫିକ୍କି ଓଡ଼ିଶା ରାଜ୍ୟ ପରିଷଦର ପ୍ରଥମ ଅଧ୍ୟକ୍ଷ ଭାବେ ମଧ୍ୟ କାର୍ଯ୍ୟ କରି ସାରିଛନ୍ତି । ସେ ଅର୍ଥ ଓ ପରିଚାଳନାରେ ବୋଷ୍ଟନର କ୍ୱେଷ୍ଟ୍ରମ ସ୍କୁଲ ଅଫ ବିଜିନେସରୁ ସ୍ନାତକ ଡିଗ୍ରୀ ହାସଲ କରିଛନ୍ତି । ନିଜସ୍ୱ ଖଣି ସହ ଇମ୍ଫାର ବିଭିନ୍ନ ପଦପଦବୀରେ ସେ ରହିଆସିଛନ୍ତି। ଗତମାସରେ ଶୁଭ୍ରକାନ୍ତ ପଣ୍ଡା ଫିକ୍କି ସଭାପତି ଭାବେ ନିର୍ବାଚିତ ହୋଇଥିଲେ।

Exit mobile version